Advertisment

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ

ରାଜ୍ୟରେ ପୁଣି ଧୀରେ ଧୀରେ ବଢିବାରେ ଲାଗିଲାଣି ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୯

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ

corona-khabar

Advertisment

ଭୁବନେଶ୍ୱର: ରାଜ୍ୟରେ ପୁଣି ଧୀରେ ଧୀରେ ବଢିବାରେ ଲାଗିଲାଣି ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୯। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

୨୪ ଘଂଟାରେ ରାଜ୍ୟରେ ଅନୁଗୁଳରୁ ୨, ବାଲେଶ୍ୱରରୁ ୫, ବରଗଡ଼ରୁ ୬, ବଲାଙ୍ଗିରରୁ ୨, କଟକରୁ ୪, ଦେବଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୪, ଖୋର୍ଧାରୁ ୧୪, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ପୁରୀରୁ ୬, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ଷ୍ଟେଟ୍‌ ପୁଲର ସଂଖ୍ୟା ୩ ରହିଥିବା ବେଳେ  ନ୍ୟୁ ରିକଭରିର ସଂଖ୍ୟା ୫୬ ରହିଛି। ଏହାସହ ରାଜ୍ୟରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା ୩୩୭୪୪୮ ରହିଥିବା ବେଳେ ସୁସ୍ଥ ହେଲେଣି ୩୩୭୪୦୩ ଜଣ। ଠିକ୍‌ ସେହିପରି ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ କେସର ସଂଖ୍ୟା ୭୭୫ ରହିଥିବା ନେଇ ସୂଚନା ମିଳିଛି।

Advertisment

ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ, ୨୪ ଘଂଟାରେ ରାଜ୍ୟରେ କୌଣସି କରୋନା ଆକ୍ରାନ୍ତ ପ୍ରାଣ ହରାଇ ନାହାନ୍ତି। କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେପରି ଭାବରେ ବଢୁଛି ତାହକୁ ନେଇ ଚିନ୍ତାରେ ରାଜ୍ୟ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ