Advertisment

୨୪ ଘଂଟାରେ ରାଜ୍ୟରୁ ୬୧୬୪ ଜଣ ଆକ୍ରାନ୍ତ ଚିହ୍ନଟ: ଖୋର୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ୍‌

ରାଜ୍ୟରେ ଭୟଙ୍କର ସ୍ଥିତି। ମାତ୍ର ୨୪ ଘଂଟାରେ ରାଜ୍ୟରୁ ୬୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ଖୋର୍ଧା ଜିଲ୍ଲାରୁ ୧୧୩୨ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ

୨୪ ଘଂଟାରେ ରାଜ୍ୟରୁ ୬୧୬୪ ଜଣ ଆକ୍ରାନ୍ତ ଚିହ୍ନଟ: ଖୋର୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ୍‌

corona-increse

Advertisment

ଭୁବନେଶ୍ୱର:  ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ୨୫୮୯ ଜଣ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଓ ରାୟଗଡ଼ାରୁ ସର୍ବାଧିକ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ହୋଇଛି।

Advertisment

ରାଜ୍ୟରେ କରୋନା ଗ୍ରାଫ୍‌କୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଗୋଟିଏ ପଟେ ସଂକ୍ରମଣ ବଢୁଥିବାରୁ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ୍‌ ବ୍ୟବସ୍ଥା ହୋଇଛି କିନ୍ତୁ ସଂକ୍ରମଣ ବଢିବାରେ ଲାଗିଛି। ସୂଚନା ଅନୁସାରେ, ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୨୨୬, ବୌଦ୍ଧରୁ ୩୮, କଟକରୁ ୩୬୦, ଦେବଗଡ଼ରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଢେଙ୍କାନାଳରୁ ୧୭, ଗଜପତିରୁ ୫୫, ଗଞ୍ଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪, ଝାରସୁଗୁଡ଼ାରୁ ୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୪୫୨, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୨୦୫, ଖୋର୍ଧାରୁ ୧୧୩୨, କୋରାପୁଟ୍‌ରୁ ୪୫, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୨୨୯ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୯୯ ଓ ସୁନ୍ଦରଗଡ଼ରୁ ୪୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଷ୍ଟେଟ୍‌ ପୁଲର ସଂଖ୍ୟା ୨୪୧ ରହିଛି।

ସେହିପରି ଗତକାଲି ରାଜ୍ୟରେ କରୋନାରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ  ୪ ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୯୫୮କୁ ବୃଦ୍ଧି ପାଇଛି। ତେବେ କରୋନା ବଢୁଥିବାରୁ ଏବେ ଚିନ୍ତାରେ ରାଜ୍ୟ ସରକାର।

Advertisment
Advertisment

Odisha Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ