Advertisment

ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା

ଭୁବନେଶ୍ୱର: ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା। ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଅଦ୍ୟତନ ହୋଇଛି
ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା

covaxin

Advertisment

ଭୁବନେଶ୍ୱର: ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା। ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଏହି ଅବସରରେ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ତାସହ ଟିକା ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ବାଇଓଟେକ୍ ଇଣ୍ଟରନ୍ୟାସନାଲ କମ୍ପାନୀ ଏବଂ ଅନ୍ଧାରୁଆ ବାଇଓଟେକ୍ ପାର୍କ ପାଇଁ ଗଠିତ ସ୍ୱତନ୍ତ୍ର ଏସପିଭିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଏହି ୟୁନିଟ୍‌ରୁ ଯେପରି ଟିକା ଉତ୍ପାଦନ ହେବ, ସେହି ଲକ୍ଷ୍ୟ ନେଇ ନିର୍ମାଣ କାମ ସାରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମ୍ୟାଲେରିଆ ଟିକା ସମେତ ପ୍ରାୟ ୧୦ ପ୍ରକାର ଟିକା ଉତ୍ପାଦନ କରିବାକୁ ବି ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି। ଏହାବ୍ୟତୀତ ଭୁବନେଶ୍ୱର ଇନଫୋସିଟି ନିକଟରେ ଇଡକୋ ଦ୍ୱାରା ଏକ ଅତ୍ୟାଧୁନିକ ଜିରୋ-ହବ୍ ଇନକ୍ୟୁବେସନ୍ ଭବନ ନିର୍ମାଣ କରାଯାଇଛି। ଯେଉଁଠି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଇନକ୍ୟୁବେଟର ମାନଙ୍କୁ ଏଥିରେ ସ୍ଥାନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ