Piyush Tripathy Photograph: (OTV)
ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍। ଭୁବନେଶ୍ବର କୋର୍ଟରୁ ପୀୟୂଷଙ୍କୁ ଝଟକା ଲାଗିଛି। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ। ଗତ ୫ ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ।
ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ଅପେରା ସୂର୍ଯ୍ୟ ମନ୍ଦିର କର୍ତ୍ତୃପକ୍ଷ। କାରଣ ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ଚୁକ୍ତି ସରି ନଥିବା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ। ଏହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ।
କୋର୍ଟଙ୍କ ମଞ୍ଚ ବାରଣ ପ୍ରସଙ୍ଗରେ ପ୍ରତିକ୍ରିୟାରେ ପୀୟୂଷ କହିଛନ୍ତି, କୋର୍ଟ ନୋଟିସ୍ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ କରିବି। ଏଯାବତ୍ ମୋତେ କୋର୍ଟଙ୍କ ପକ୍ଷରୁ କୌଣସି ନୋଟିସ୍ ଆସିନି। ନୋଟିସ୍ ନ ପାଇବା ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ ଜାରି ରଖିବି।
ସେପଟେ ଯାତ୍ରା ସିଂହବାହିନୀ ମାଲିକ ସଂଜୀପ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି। ସେ ଫୋଟ୍ ଯୋଗେ ଓଟିଭିକୁ କହିଛନ୍ତି, ଯେ କୋର୍ଟ ନୋଟିସ ଏଯାଏ ପୀୟୂଷଙ୍କ ନିକଟରେ ପହଞ୍ଚିନି। ନୋଟିସ ପାଇବା ପରେ, ଯାହା କିଛି ନିଷ୍ପତ୍ତି ଓ ପଦକ୍ଷେପ ନିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/08/pyush-2026-01-08-08-51-37.jpg)