Advertisment

ବଣ୍ଡା ଘାଟିରେ ପଶିଲା କରୋନା: ୩୨ଟି ଗାଁକୁ ଖାଇ ଗୋଡ଼େଇଲାଣି ତାଣ୍ଡବର ଡର

ବଣ୍ଡା ଘାଟିରେ ପଶିଲା କରୋନା: ୩୨ଟି ଗାଁକୁ ଖାଇ ଗୋଡ଼େଇଲାଣି ତାଣ୍ଡବର ଡର

malkangiri_cover

Advertisment

ମାଲକାନଗିରି: ଯାହା ଡର ଥିଲା ତାହା ହେଲା। ଗାଁମୁହାଁ ହେବା ପରେ ରାଜ୍ୟର ଆଦିବାସୀ ଅଞ୍ଚଳରେ ବି କାୟା ମେଲାଇଲାଣି କରୋନା। ପ୍ରଥମ ଲହରରୁ ବର୍ତ୍ତିଯାଇଥିବା ମାଲକାନଗିରି ବଣ୍ଡାଘାଟି ଓ ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ ଅଞ୍ଚଳ ଏବେ ମହାମାରୀ ପଞ୍ଝାରେ। ଏଭିତରେ ବଣ୍ଡାଘାଟିରୁ ୧୨ ଜଣ ନିୟମଗିରି ଅଞ୍ଚଳରୁ ପ୍ରାୟ ୨୦ ଜଣ କରୋନାରେ ଆକ୍ରାନ୍ତ ହେବା ଚିନ୍ତା ବଢ଼ାଇ ଦେଇଛି।

Advertisment

ବଣ୍ଡାଘାଟିର ଏ ସରଳ ପାହାଡ଼ି ମଣିଷଙ୍କ ପାଖରେ ନା କରୋନାର ଖବର ଅଛି, ନା ସାରା ବିଶ୍ୱକୁ ନିଜ ପନ୍ଝାରେ ରଖିଥିବା ତାର ମହାବିନାଶୀ ଶକ୍ତି ସଂପର୍କରେ ଧାରଣା। କାହାରି ମୁହଁରେ ମାସ୍କ ନାହିଁ। ମୁଦୁଲିପଡ଼ା ପଞ୍ଚାୟତ ମହକୁମାଠୁ ନେଇ କିସାନୀପଡ଼ା। ଏମାନଙ୍କ ପାଇଁ କାଲି ଯେମିତି ଥିଲା ଆଜି ବି ସେମିତି। ହେଲେ ପ୍ରଥମ ଲହରୀରେ ବଣ୍ଡା ଜନଜାତିଙ୍କୁ ଛୁଇଁ ପାରି ନଥିବା କରୋନା ଏବେ କିନ୍ତୁ ଘାଟିରେ ପଶିଗଲାଣି। ଜଣେ ଦୁଇ ଜଣ ନୁହେଁ, ୟା ଭିତରେ ୧୨ ଜଣଙ୍କୁ ଆକ୍ରାନ୍ତ କଲାଣି।

publive-imageସେ ଭିତରୁ ମୁଦୁଲିପଡ଼ା ପଞ୍ଚାୟତର ୮ ଜଣ ଓ ଅଣ୍ଡ୍ରାହାଲ ପଞ୍ଚାୟତର ୪ ଜଣ କୁହାଯାଉଛି। ଆନ୍ଧ୍ର ହାଟ ଉପରେ ନିର୍ଭର କରିବା ଏବଂ ବାହାରୁ ଦାଦନ ଖଟି ଫେରିଥିବା ପ୍ରବାସୀଙ୍କ ଜରିଆରେ ହୁଏତ ଘାଟିକୁ ମହାମାରୀ ପଶିଛି। ଘଟଣା ଜଣାପଡ଼ିବା ପରେ ପ୍ରଶାସନ ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ଟ୍ରେସିଂ ଓ ଟେଷ୍ଟିଂ ଉପରେ ଜୋର୍ ଦିଆଯାଉଛି।

Advertisment

ଡାକ୍ତରୀ ଟିମ୍ ଜରିଆରେ ସଚେନତା ପାଇଁ ଉଦ୍ୟମ ଚାଲିଛି। ଏସବୁ ସତ୍ତ୍ୱେ ଲୋକେ ବୁଝୁ ନଥିବାରୁ ବଣ୍ଡାଘାଟିର ୩୨ଟି ଗାଁକୁ ଖାଇ ଗୋଡ଼େଇଲାଣି ତାଣ୍ଡବର ଡର। ଏପଟେ ନିୟମଗିରି ପାହାଡ଼ ଅଞ୍ଚଳରେ ବି କରୋନା ସଂକ୍ରମଣର କଳାବାଦଲ ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍ ପାରସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟଭୀତ ଅବସ୍ଥାରେ ଡଙ୍ଗରିଆ କନ୍ଧ ସମାଜ। ସେଭିତରୁ ପାରସାଲି ପଞ୍ଚାୟତର ସରପଞ୍ଚ ବି ନିଜେ ଆକ୍ରାନ୍ତ ଥିବା ସୂଚନା ଦେବା ସହ ଏବେଠୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନଗଲେ ସ୍ଥିତି ଭୟଙ୍କର ହେବା ନେଇ ସତର୍କ କରିଛନ୍ତି।

ସ୍ଥାନୀୟ ବିଡିଓଙ୍କ ସହ ଏକ ମେଡିକାଲ୍ ଟିମ୍ ନିୟମଗିରି ଅଞ୍ଚଳକୁ ଯାଇ ସାଂପଲ୍ ସଂଗ୍ରହ କରି ଔଷଧପତ୍ର ଦେବା ସହ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରିଛନ୍ତି। ଅପରପକ୍ଷେ କରୋନା ନିୟମଗିରି ଓ ବଣ୍ଡାଘାଟିରେ ପହଞ୍ଚିଯାଇଥିବାରୁ ଏ ଦୁଇ ଆଦିମ ଜନଜାତିଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଅନୁରୋଧ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ।

Advertisment

ଦେଶରେ କୋଭିଡ୍ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରାମାଞ୍ଚଳକୁ ଫୋକସ୍ କରିବା ପରେ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଅଞ୍ଚଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସ୍ଓପି ଜାରି କରାଯାଇଛି। ଏଥିରେ ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନକୁ ଗୁରୁତ୍ୱ ଦିଆଯିବା ସହ ANMଙ୍କୁ ରାପିଡ୍ ଆଣ୍ଟିଜେନ ଟେଷ୍ଟ ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଭିଡ୍ ପରିଚାଳନା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ସହ ଆକ୍ରାନ୍ତଙ୍କ ଠାରେ ଅକ୍ସିଜେନ୍ କମ୍ ପରିଲକ୍ଷିତ ହେଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ