coronavirus
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୨୧୯ ଓ ଲୋକାଲ କେସ ୧୫୯ଥିବା ଜଣାଯାଇଛି। ୨୮ଟି ଜିଲ୍ଲାରୁ ଏହି ୩୭୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୪୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି। ସେହିପରି ଦିନକରେ ୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
ଆଜି ଅନଗୁଳରେ ସର୍ବାଧିକ ୩୮ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୩୪, ଖୋର୍ଦ୍ଧା ରୁ ୩୭ ଓ କଟକରୁ ୨୪ ରୋଗୀ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୧୦୩ ଥିବାବେଳେ ଆକ୍ଟିଭ କେସ ଅଛି୫୨୪୧ ଓ ସୁସ୍ଥ ହୋଇଛନ୍ତି ୩,୧୧୨,୦୬୫।
ମୃତକଙ୍କ ମଧ୍ୟରେ ପୁରୀରୁ ୩ ଜଣ ଥିବାବେଳେ ଜଗତ୍ସିଂହପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-13_1625062127.jpg)