corona test
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଛି କରୋନା ଟେଷ୍ଟ୍, ହେଲେ କମିଛି ସଂକ୍ରମଣ ସଂଖ୍ୟା। ଟେଷ୍ଟ ସଂଖ୍ୟା ବଢ଼ିଥିବା ବେଳେ ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନାହାନ୍ତି। ଆଜି ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।
ଗତ ତିନି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟ କରାଯାଇଛି। ହେଲେ ଆକ୍ରାନ୍ତଙ୍କ ପ୍ରତିଶତ ପୂର୍ବ ଅପେକ୍ଷା ବଢ଼ି ନାହିଁ। ଗତ ୨୪ ଘଣ୍ଟାରେ ୫୦ ହଜାର ୪୨୧ କରୋନା ଟେଷ୍ଟ ହୋଇଛି। ଆଣ୍ଟିଜେନ୍ ଦ୍ୱାରା ୪୪ ହଜାର ୬୪୦, RTPCRରେ ୫,୬୩୯ ଏବଂ ଟ୍ରୁନଟ ଦ୍ୱାରା ୧୪୨ଟି ଟେଷ୍ଟ୍ ହୋଇଛି।
ପଜିଟିଭ୍ କମିବା ରାଜ୍ୟ ପାଇଁ ଭଲ ସଙ୍କେତଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି। ତେବେ ଏନେଇ ଆଉ କିଛି ଦିକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ:କରୋନାରେ ଅଧିକ ସଂକ୍ରମିତ ଯୁବବର୍ଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-test-2_1625424348.jpg)