Advertisment

କଟୁ କଥା ସହିନପାରି ଗଛରେ ଝୁଲି ପଡ଼ିଲେ କରୋନା ରୋଗୀ

ଛେଣ୍ଡିପଦା: କରୋନା ଭୟରେ ହଜିଯାଉଛି ମାନବିକତା। କରୋନା ରୋଗୀଙ୍କୁ ଆଶ୍ୱାସନା ଓ ସାହାଯ୍ୟ କରିବା ବଦଳରେ ତାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା। କରୋନା ମହାମାରୀ ବର୍ତ୍ତମାନ ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଉଛି। ଏହା ଠାରୁ ଅଧିକ ଦୁଃଖ ଦେଉଛି କରୋନା ରୋଗୀଙ୍କ…

କଟୁ କଥା ସହିନପାରି ଗଛରେ ଝୁଲି ପଡ଼ିଲେ କରୋନା ରୋଗୀ

suicide

Advertisment

ଛେଣ୍ଡିପଦା: କରୋନା ଭୟରେ ହଜିଯାଉଛି ମାନବିକତା। କରୋନା ରୋଗୀଙ୍କୁ ଆଶ୍ୱାସନା ଓ ସାହାଯ୍ୟ କରିବା ବଦଳରେ ତାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା। କରୋନା ମହାମାରୀ ବର୍ତ୍ତମାନ ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଉଛି। ଏହା ଠାରୁ ଅଧିକ ଦୁଃଖ ଦେଉଛି କରୋନା ରୋଗୀଙ୍କ ପ୍ରତି ଆକ୍ରୋଶ ମନୋଭାବ। କରୋନାକୁ ନେଇ ଲୋକେ ଏତେ ଭୟଭୀତ ଯେ ଆପଣାର ଲୋକଟିଏ ଆକ୍ରାନ୍ତ ହେଉଥିଲେ ମଧ୍ୟ  ତାକୁ ଘୃଣା ଚକ୍ଷୁରେ ଦେଖିବା ସହ ତାଙ୍କ ପାଖ ମାଡୁନଥିବା ସାମ୍ନାକୁ ଆସୁଛି । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ।

Advertisment

ଛେଣ୍ଡିପଦା ସାପୋଇନାଳି ଗାଁର ଜଗବନ୍ଧୁ ବାଘ (70ବର୍ଷ) କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଦେଖଦେବା ସହ ଜଗବନ୍ଧୁଙ୍କୁ ପରିବାର ଲୋକେ ନାନା କଥା କହିଥିଲେ। ଯାହାକୁ ନେଇ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଶେଷରେ ଜଗବନ୍ଧୁ ପରିବାର ଲୋକଙ୍କ କଥାରେ ଆଘାତ ପାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।

ଘର ପାଖରୁ ପ୍ରାୟ ୪କିଲୋମିଟର ଦୂର ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ବିଷୟରେ ଅବଗତ ହୋଇ ଛେଣ୍ଡିପଦା ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ଜଗବନ୍ଧୁ କରୋନା ଆକ୍ରାନ୍ତ ହୋଇଥିବାବେଳେ ଏହାକୁ ନେଇ ପରିବାର ଲୋକଙ୍କ କଟୁକଥା ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ଜଣାପଡୁଥିବା ନେଇ ସୂଚନା ଦେଇଛନ୍ତି ଛେଣ୍ଡିପଦା ଅତିରିକ୍ତ ତହସିଲଦାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ