Advertisment

ଦିନକରେ ଆଖି ବୁଜିଲେ ୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତୁ୍ୟ ସଂଖ୍ୟା ୨୦ ଉପରେ ରହୁଛି। ଆଜି ରାଜ୍ୟରୁ ୧୧,୦୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୧ ଜଣ ଆଖି ବୁଜିଛନ୍ତି।  ଏହାକୁ…

ଅଦ୍ୟତନ ହୋଇଛି
ଦିନକରେ ଆଖି ବୁଜିଲେ ୨୧ କରୋନା ଆକ୍ରାନ୍ତ

corona death

Advertisment

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତୁ୍ୟ ସଂଖ୍ୟା ୨୦ ଉପରେ ରହୁଛି। ଆଜି ରାଜ୍ୟରୁ ୧୧,୦୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୧ ଜଣ ଆଖି ବୁଜିଛନ୍ତି।  ଏହାକୁ ମିଶାଇ ରାଜ୍ୟରେ ୨୩୭୮ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୩୭୮ରେ ପହଞ୍ଚିଛି।

Advertisment

ଆଜି କଳାହାଣ୍ଡିରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କୋରାପୁଟ, ମୟୂରଭଞ୍ଜ,ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର, ନୟାଗଡ଼, ନୂଆପଡ଼ା, ପୁରୀରୁ ଜଣେ ଲେଖାଏଁ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜିର ମୃତକଙ୍କୁ ମିଶାଇଲେ, କଳାହାଣ୍ଡି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୪୧୬, କୋରାପୁଟରେ ୨୮,ମୟୂରଭଞ୍ଜରେ ୯୩, ସମ୍ବଲପୁରରେ ୮୭, ସୁନ୍ଦରଗଡରେ ୨୩୧ ରହିଛି। ସେହିପରି ବରଗଡରେ ଏବେ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ କରୋନାରେ ଘଟିଥିବାବେଳେ,ବଲାଙ୍ଗିରରେ ୫୭, କଟକରେ ୧୫୨, କନ୍ଧମାଳରେ ୩୮, କେନ୍ଦୁଝରରେ ୪୭, ନୟାଗଡ଼ରେ ୪୮, ନୂଆପଡାରେ ୪୭ ଏବଂ ପୁରୀରେ ୧୪୪ ଜଣ କରୋନାରେ ଆଖି ବୁଜିଲେଣି।

Advertisment
Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ