images
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୫୨୭ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭଗ ପକ୍ଷରୁ କୁହାଯାଇଛି।
ଆଜି ସୁନ୍ଦରଗଡ ଓ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଲେଖାଏ କରୋନାରେ ଆଖି ବୁଜିଥିବାବେଳେ ବରଗଡରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ସମ୍ବଲପୁରରୁ ୩ ଜଣ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।
ସୂଚନାଥାଉ କି, ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି ରାଜ୍ୟରେ ୭୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/images-1_1625115227.jpg)