Advertisment

କରୋନା ସ୍ଥିତି ସଙ୍ଗୀନ: ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ କ୍ଷତିକାରକ

ଭୟ ବଢ଼ାଇଲା ଏପ୍ରିଲ ମାସ। ଦୈନିକ ସଂକ୍ରମଣର ଭୟଙ୍କର ଟ୍ରେଣ୍ଡ ଦେଖିବାକୁ ମିଳିଛି। ମାର୍ଚ୍ଚ ୩୧ ରେ ୩ ଶହ ତଳେ ଥିବା ଦୈନିକ ସଂକ୍ରମଣ ଏପ୍ରିଲ୍ ୧ ରେ ଚାରିଶହ ମୁହାଁ ହୋଇ ଆଜି ଦିନରେ ୯ ଶହ ଛୁଇଁବାକୁ ବସିଲାଣି। ଗଲା ତିନିଦନର କରୋନା ଗ୍ରାଫ୍ ତ ଡରାଇଲା ଭଳି ରହିଛି।

କରୋନା ସ୍ଥିତି ସଙ୍ଗୀନ: ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ କ୍ଷତିକାରକ

corona

Advertisment
  • ରାଜ୍ୟରେ କାୟା ମେଲୁଛି କି ଅତ୍ୟଧିକ ସଂକ୍ରାମକ ଷ୍ଟ୍ରେନ୍ N440K?
  • ଏପ୍ରିଲରେ ଦ୍ରୁତ ସଂକ୍ରମଣର ଟ୍ରେଣ୍ଡକୁ ନେଇ ବଢ଼ିଲା ଚିନ୍ତା
  • ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ କ୍ଷତିକାରକ: ILS ନିର୍ଦ୍ଦେଶକ
Advertisment

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦ୍ରୁତ ସଂକ୍ରମଣ ପଛର କାରଣ କଣ ? କାୟା ମେଲୁଛି କି କୋଭିଡ୍ ନାଇନଟିନ। ନୂଆ ମାରାତ୍ମକ ଷ୍ଟ୍ରେନ୍- N4 FORTY K। ଏପ୍ରିଲ୍ ଆରମ୍ଭରୁ ରାଜ୍ୟରେ କ୍ରମାଗତ ଉପରମୁହାଁ ଟ୍ରେଣ୍ଡରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ILS ନିର୍ଦ୍ଦେଶକ ମଧ୍ୟ ବର୍ତ୍ତମାନର ଷ୍ଟ୍ରେନ୍ ଅତ୍ୟଧିକ ସଂକ୍ରାମକ ବୋଲି କହିବା ସହ ନୂଆ ଷ୍ଟ୍ରେନ୍ ଉପରେ ଅଧିକ ପରୀକ୍ଷାନିରୀକ୍ଷା ଚାଲିଥିବା କହିଛନ୍ତି। ତେବେ ଦ୍ୱିତୀୟ ଲହରରେ ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ହାର ବଢୁଥିବାରୁ ଚିନ୍ତା ବି ବଢ଼ିଛି।

ଭୟ ବଢ଼ାଇଲା ଏପ୍ରିଲ ମାସ। ଦୈନିକ ସଂକ୍ରମଣର ଭୟଙ୍କର ଟ୍ରେଣ୍ଡ ଦେଖିବାକୁ ମିଳିଛି। ମାର୍ଚ୍ଚ ୩୧ ରେ ୩ ଶହ ତଳେ ଥିବା ଦୈନିକ ସଂକ୍ରମଣ ଏପ୍ରିଲ୍ ୧ ରେ ଚାରିଶହ ମୁହାଁ ହୋଇ ଆଜି ଦିନରେ ୯ ଶହ ଛୁଇଁବାକୁ ବସିଲାଣି। ଗଲା ତିନିଦନର କରୋନା ଗ୍ରାଫ୍ ତ ଡରାଇଲା ଭଳି ରହିଛି। ୬ ତାରିଖରେ ୫ ଶହ ୮୮, ୭ରେ ୭୯୧ ଆଉ ଆଜି ୮୭୯କୁ ଲମ୍ବଡିଆଁ ମାରିଛି କରୋନା। ହେଲେ କଣ ଏହାର କାରଣ? କରୋନାର ନୂଆ ଷ୍ଟ୍ରେନ୍ N440K ପାଇଁ ବଢୁନି ତ ସଂକ୍ରମଣ ହାର? କାହିଁକିନା ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ଠାବ ହୋଇ ସାରିଥିବା କୋଭିଡ୍ ୧୯ର ନୂଆ ରୂପ N440K, ଏଭଳି ଏକ ବିପଦପୂର୍ଣ୍ଣ ମ୍ୟୁଟାଣ୍ଟ ଯାହା ପୂର୍ବ ଭୂତାଣୁ ତୁଳନାରେ ଅତ୍ୟଧିକ ସଂକ୍ରାମକ ଓ ମାରାତ୍ମକ ରହିଛି। ଏହା ଯୁବଗୋଷ୍ଠୀଙ୍କୁ ମଧ୍ୟ ଅଧିକରୁ ଅଧିକ ଆକ୍ରାନ୍ତ କରିବାର କ୍ଷମତା ରଖୁଛି। ଏପରିକି ବର୍ତ୍ତମାନର ଟିକା ବି ଏହାର ସଂକ୍ରମଣକୁ ରୋକିବାକୁ ସେତେଟା ସମର୍ଥ ନଥିବା କୁହାଯାଉଛି।

Advertisment

ଅପରପକ୍ଷେ ILS ନିର୍ଦ୍ଦେଶକ ବି ସ୍ପଷ୍ଟ କରିଛନ୍ତି ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ। ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି । ଏପରିକି ସଚେତନ ନହେଲେ ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ବି ଅସମ୍ଭବ ନୁହେଁ ବୋଲି ILS ନିର୍ଦ୍ଦେଶକ କହିଛନ୍ତି। ଶିଶୁଙ୍କୁ ନେଇ ବି ଚିନ୍ତା ବଢ଼ିଛି। ତଥ୍ୟ କହୁଛି କରୋନାର ଦ୍ୱିତୀୟ ଲହରରେ ଦେଶର ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ଦିଲ୍ଲୀ ଓ ମଧ୍ୟପ୍ରଦେଶ ହୋଇଛି। ଗତ ମାର୍ଚ୍ଚ ମାସ ଭିତରେ ୭୯ ହଜାର ୬୮୮ ଶିଶୁ କରୋନାରେ ଆକ୍ରାନ୍ତ ହେଲେଣି। ତେବେ ବିଶେଷଜ୍ଞଙ୍କ ମତରେ କୋଭିଡ୍ ଦ୍ୱାରା ଆକ୍ରାନ୍ତ ଶିଶୁଙ୍କ ପ୍ରତି ସେତେଟା ବିପଦ ନାହିଁ। କିନ୍ତୁ ସେମାନେ ବାହକ ସାଜୁଥିବାରୁ ବୟସ୍କଙ୍କୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ଆଶଙ୍କା କରାଯାଉଛି।

ବଢିଚାଲିଥିବା ସଂକ୍ରମଣ ଚେନକୁ କିଭଳି ଭଙ୍ଗାଯିବା ତାହା ବର୍ତ୍ତମାନ ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା ବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା ହିଁ ଏକମାତ୍ର ଫଳପ୍ରଦ ବାଟ ବୋଲି କୁହାଯାଉଛି।

Advertisment

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ