SRIMANDIR-PAHUDA Photograph: (OTV)
ଆସନ୍ତା ଡିସେମ୍ବର ୩୧ ରାତିରେ ମାତ୍ର ୨ ଘଣ୍ଟା ପାଇଁ ଠାକୁରଙ୍କୁ ଶୁଆଇ ଶ୍ରୀମନ୍ଦିର ଖୋଲି ଦେବାକୁ ହୋଇଥିବା ନିଷ୍ପତ୍ତି ଉପରେ ଥମୁନି ଆପତ୍ତି। ନୂଆବର୍ଷରେ କାହିଁକି ଅନିଦ୍ରା ହେବେ ଶ୍ରୀଜିଉ ? ଜିରୋନାଇଟରେ କଣ ପାଇଁ ଖୋଲା ହେବ ଜଗନ୍ନାଥ ମନ୍ଦିର ? ଏହା ନୀତି ନା ଅନୀତି ? ଏଭଳି ନାନାଦି ପ୍ରଶ୍ନ କରୁଛନ୍ତି ଉଭୟ ଶ୍ରଦ୍ଧାଳୁ ଓ ସେବାୟତ। ଯେହେତୁ ଇଂରାଜୀ ନୂଆବର୍ଷ ସହ ଶ୍ରୀମନ୍ଦିର ନୀତିକାନ୍ତିର କୌଣସି ସଂପର୍କ ନାହିଁ, ତେଣୁ ଧାର୍ମିକ ଓ ପରମ୍ପରା ଦୃଷ୍ଟିକୋଣରୁ ବୁଧବାର ରାତି ଗୋଟାଏରେ ମନ୍ଦିର ସଅଳ ଖୋଲିବା ଆଦୌ ସମୀଚୀନ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଯେହେତୁଏବେ ପହିଲି ଭୋଗ ନୀତି ଚାଲିଛି, ସେଥିପାଇଁ ଦୈନିକ ରାତି ଦୁଇଟାରୁ ଦ୍ବାର ଫିଟା ହେଉଥିବାରୁ ଠାକୁରଙ୍କର ଅଯଥା ପହୁଡ଼ ନୀତିରେ ବ୍ୟାଘାତ ନଘଟାଇବାକୁ ଦାବି ହେଉଛି। ତେଣେ ଆଇନମନ୍ତ୍ରୀ କହିଛନ୍ତି- ନୂଆବର୍ଷରେ ଠାକୁରଙ୍କ ଆଶିଷ ନେବାକୁ ତିନି ଗୁଣା ଅଧିକ ଭକ୍ତ ପୁରୀ ଆସିବେ। ତେଣୁ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ନାତିକାନ୍ତିରେ ତାଳମେଳ ପାଇଁ ମନ୍ଦିର ପ୍ରଶାସନର ନିଷ୍ପତ୍ତି ପାଳନ କରାଯାଉ।...
ଗୋଟିଏ ପଟେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ ଲାଗି ପୁରୀକୁ ଛୁଟିଲେଣି ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ। ଫୁଲ୍ ହେଲାଣି ହୋଟେଲ, ଲଜ୍ ଓ ଭକ୍ତ ନିବାସ। ଜିରୋ ନାଇଟ୍ ସେଲିବ୍ରେସନ ସାରି ସିଧା ଜଗା ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ସମସ୍ତେ ବ୍ୟଗ୍ର ଥିବାରୁ ସେଇ ରାତିରୁ ଶ୍ରୀମନ୍ଦିରକୁ ଛୁଟିବ ଭକ୍ତଙ୍କ ସୁଅ। ସେଥିଲାଗି ଲମ୍ବିବ ଲାଇନ୍। ବଡ଼ଦାଣ୍ଡରୁ ବ୍ୟାରିକେଡ୍ ଓ ସିଂହଦ୍ବାରରୁ ସାତ ପାହାଚ। ସବୁଠି ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ରହିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ତାସହ ପୂର୍ବ ନିଷ୍ପତ୍ତିକ୍ରମେ ଜାନୁଆରୀ ୧ ତାରିଖ ଦିନ କେବଳ ସିଂହଦ୍ବାରରେ ପ୍ରବେଶ ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ତାସହ ଟ୍ରାଫିକ୍, ପାର୍କିଂ ସହ ବେଳାଭୂମୀକୁ ବି ଫୋକସରେ ରଖାଯିବା ସହ ପୁରୀରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଏସପି। ସେପଟେ ଟ୍ରେନ୍ ଯାତ୍ରୀଙ୍କ ସଂଖ୍ୟା ବି ବହୁ ଗୁଣା ବଢ଼ିଥିବାରୁ ଡିସେମ୍ବର ୨୫ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ପୁରୀ ରେଳ ଷ୍ଟେସନରେ ଯାତ୍ରୀ ସୁରକ୍ଷା ଓ ଟ୍ରେନ୍ ସମନାୟୁବର୍ତ୍ତିତାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଷ୍ଟେସନ ଡିରେକ୍ଟର।...
ନୂଆବର୍ଷକୁ ମଝିରେ ଆଉ ମାତ୍ର ୨ ଦିନ ବାକି ଥିବାବେଳେ ଏବେଠୁ ଶ୍ରୀମନ୍ଦିରରେ ପରିଲକ୍ଷିତ ହେଲାଣି ଅସମ୍ଭବ ଭିଡ଼।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/29/srimandir-pahuda-2025-12-29-20-19-42.jpg)