Advertisment

ସମ୍ବିତଙ୍କୁ ଚେତାବନୀ ଦେଲା କଂଗ୍ରେସ; କହିଲା- ‘କ୍ଷମା ନ ମାଗିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିତଙ୍କୁ ଚେତାବନୀ ଦିଆଯାଇଛି। ସମ୍ବିତ ତାଙ୍କ ଅଭିଯୋଗ ନେଇ କ୍ଷମା ମାଗନ୍ତୁ। ନ ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସମ୍ବିତ ପାତ୍ର ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି […]

ଅଦ୍ୟତନ ହୋଇଛି
ସମ୍ବିତଙ୍କୁ ଚେତାବନୀ ଦେଲା କଂଗ୍ରେସ; କହିଲା- ‘କ୍ଷମା ନ ମାଗିଲେ କାର୍ଯ୍ୟାନୁଷ୍ଠାନ’

Narasingh_Mishra_eps_PIC

Advertisment

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିତଙ୍କୁ ଚେତାବନୀ ଦିଆଯାଇଛି। ସମ୍ବିତ ତାଙ୍କ ଅଭିଯୋଗ ନେଇ କ୍ଷମା ମାଗନ୍ତୁ। ନ ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

Advertisment

ସମ୍ବିତ ପାତ୍ର ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନରସିଂହ।  ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ସମ୍ବିତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସମ୍ବିତ ତାଙ୍କ ଜୀବନରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, କାଉନସିଲର ହୋଇଛନ୍ତି କି ବୋଲି ସୁର ପ୍ରଶ୍ନ କରିଛନ୍ତି ।

ଗୋଟେ ଭଲ ପଲିଟିସିଆନ ହେବା କଷ୍ଟସାଧ୍ୟ । କଣ ପାଇଁ ସମ୍ବିତ ଏତେ ଗର୍ବ କରୁଛନ୍ତି ବୋଲି ସୁର ପ୍ରଶ୍ନ କରିଛନ୍ତି । କଂଗ୍ରେସର ୯ ବିଧାୟକ ୯ଟି ଗ୍ରହ । ଯେଉଁ ଅଭିଯୋଗ ଆଣିଛ, ୧୫ ଦିନ ଭିତରେ ତାର ପ୍ରମାଣ ଦିଅ। ନ ହେଲେ ଉଚିତ ଦଣ୍ଡ ଦିଆଯିବ ବୋଲି ସମ୍ବିତଙ୍କୁ କହିଛନ୍ତି ସୁର।

Advertisment

ସୂଚନାଥାଉ କି, କଗ୍ରେସ ବିଧାୟକମାନେ ବିଜେଡିଠାରୁ ଟଙ୍କା ନେଇ ପରୀ ପ୍ରସଙ୍ଗରେ ମୁହଁ ବନ୍ଦ ରଖିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ବିଜେପି ରାଷ୍ଟ୍ରମୁଖ୍ୟ ସମ୍ବିତ ପାତ୍ର। ସମ୍ବିତଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କଂଗ୍ରେସ ବିଧାୟକମାନେ ବିଜେଡିଠୁ ଟଙ୍କା ନେଇ ‘ପରୀ’ ପ୍ରସଙ୍ଗରେ ମୁହଁ ବନ୍ଦ ରଖିଥିବା ଭଳି ସାଂଘାତିକ ଅଭିଯୋଗ ଗତକାଲି ଆଣିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆଜି ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସମ୍ବିତଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

Advertisment

ତେବେ କଂଗ୍ରେସର ଚେତାବନୀ ନେଇ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

id="info" class="style-scope ytd-video-primary-info-renderer">

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ