NUAPADA ELECTION Photograph: (OTV)
କାନ୍ଦିଲେ, ଲୋକଙ୍କ ଗୋଡ଼ତଳେ ପଡ଼ିଗଲେ । କିଛି ଏଭଳି ଢଙ୍ଗରେ ନୂଆପଡ଼ାରେ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ଆଜିଠୁ ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଲେଣି କଂଗ୍ରେସ ପ୍ରାର୍ଥୀ । ଗାଁ ଗାଁ ବୁଲି ସଭା କରି ଭୋଟ୍ ମାଗୁଥିବା ଦେଖିବାକୁ ମିଳିଛି । ପ୍ରଚାର ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଘାସିରାମ ମାଝୀ କାନ୍ଦି କାନ୍ଦି ଭୋଟ୍ ମାଗୁଥିବା ଦେଖିଥିବାକୁ ମିଳିଛି ।
ଆଜିଠୁ ନୂଆପଡ଼ା ଉପନିର୍ବାଚନ ନାମାଙ୍କନ । ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ନାମାଙ୍କନପତ୍ର ଦାଖଲ କରିପାରିବେ। ଅକ୍ଟୋବର ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଚଳିତ ମାସ ୨୪ ତାରିଖ। ନଭେମ୍ବର ୧୧ରେ ଭୋଟ ଗ୍ରହଣ ଓ ୧୪ ତାରିଖରେ ଭୋଟ୍ ଗଣତି କରାଯିବ। ୧୬ ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୩୫୮ଟି ମତଦାନ କେନ୍ଦ୍ର ରହିଛି। ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ। ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ ଫୋନ୍ ନେଇପାରିବେ ନାହିଁ। ନୂଆପଡ଼ା ନିର୍ବାଚନମଣ୍ଡଳୀରେ ମୋଟ୍ ୨ ଲକ୍ଷ ୪୮ ହଜାର ୨୫୬ ଜଣ ଭୋଟର ରହିଛନ୍ତି। ସେଥିମଧ୍ୟରୁ ୧.୨୨ ଲକ୍ଷ ପୁରୁଷ ଓ ୧.୨୬ ଲକ୍ଷ ମହିଳାଙ୍କ ସମେତ ୨୧ଜଣ ତୃତୀୟ ଲିଙ୍ଗ ଓ ୪ ହଜାର ଭିନ୍ନକ୍ଷମ ଭୋଟର ରହିଛନ୍ତି। ୮୫ ବର୍ଷରୁ ଅଧିକ ୨୦୦୭ ଜଣ ଭୋଟର ରହିଛନ୍ତି। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ଉଭୟ ବିଜେପି ଓ ବିଜେଡି । ଗତକାଲି ବିଜେପି କୋର୍ କମିଟି ବୈଠକରେ ପ୍ରାର୍ଥୀଙ୍କ ନାଁ ଦିଲ୍ଲୀକୁ ପଠାଇଥିବା ସୂଚନା ମିଳିଛି । ତେବେ ଜୟ ଢୋଲକିଆ ଝଟକା ଦେଇ ବିଜେପିରେ ସାମିଲ ହେବା ପରେ ବିଜେଡି ତରଫରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ନଜର ରହିଛି ।
ପ୍ରଚାର ମଇଦାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ
କାନ୍ଦିଲେ, ଲୋକଙ୍କ ଗୋଡ଼ତଳେ ପଡ଼ିଗଲେ
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ
ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/13/nuapada-election-2025-10-13-11-15-22.jpg)