Advertisment

ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍

ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ସଟଡାଉନ୍ ସହ ଲକଡାଉନ୍ ଜାରି ରହିଛି। ହେଲେ ମାନୁଛି କିଏ ? ବେଫିକର୍ ହୋଇ ଭିଡ଼ କରୁଛନ୍ତି ଅମାନିଆ। ଅନାବଶ୍ୟକ ଭାବେ ଚାରିଆଡ଼େ ବୁଲୁଛନ୍ତି।  କୌଣସି ପରିଚୟପତ୍ର କିମ୍ବା ଅନୁମତିପତ୍ର ନଥିବାରୁ ପୋଲିସ ହାବୁଡ଼ରେ…

ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍

blue-print

Advertisment

ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ସଟଡାଉନ୍ ସହ ଲକଡାଉନ୍ ଜାରି ରହିଛି। ହେଲେ ମାନୁଛି କିଏ ? ବେଫିକର୍ ହୋଇ ଭିଡ଼ କରୁଛନ୍ତି ଅମାନିଆ। ଅନାବଶ୍ୟକ ଭାବେ ଚାରିଆଡ଼େ ବୁଲୁଛନ୍ତି।  କୌଣସି ପରିଚୟପତ୍ର କିମ୍ବା ଅନୁମତିପତ୍ର ନଥିବାରୁ ପୋଲିସ ହାବୁଡ଼ରେ ପଡ଼ି ତଣ୍ଡ ବି ଗଣୁଛନ୍ତି। ସଟଡାଉନ୍ ସତ୍ତ୍ୱେ ଏଭଳି ଭାବେ କେତେକ ଯୁଆଡ଼େ ପାରିଲେ ନାନା ଆଳ କରି ବାହାରିଲେ। ଆଉ କିଛି ଚେକିଂ ଓ ବ୍ଲକିଂ ଭିତରେ ଖସିଯିବା ପାଇଁ କିଏ ମାଙ୍କ ଆଇକାର୍ଡ ତ ଆଉ କିଏ ପତ୍ନୀଙ୍କ ପରିଚୟପତ୍ର ଦେଖାଉଛନ୍ତି। ଆଜି ଏଭଳି କିଛି ଚିତ୍ର କଟକ ସହରରେ ସାମ୍ନାକୁ ଆସିଥିଲା।

Advertisment

ଏଭଳି ଅନିୟମିତତାକୁ ରୋକିବା ପାଇଁ ଏବଂ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଏଥର କଠୋର ହୋଇଛି କମିଶନରେଟ୍ ପୋଲିସ। ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍। କାରଣ ପୋଲିସ ପକ୍ଷରୁ ଏଥର କୌଣସି ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ନଥିବାରୁ ପରିଚୟପତ୍ରର ଅପବ୍ୟବହାର ହେଉଥିବା ସାମ୍ନାକୁ ଆସିଛି। ତାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ କଡ଼ାକଡ଼ି ଚେକିଂ କରିବା ସହ ବ୍ଲୁ ପ୍ରିଣ୍ଟ ତିଆରି କରିଛି।

କେଉଁ କର୍ମଚାରୀ କେଉଁ ଅଫିସରେ କାମ କରୁଛନ୍ତି, ତାଙ୍କର ଡ୍ୟୁଟି ଯିବା ସମୟ କଣ ? ସେନେଇ ଏଣିକି ନିର୍ଦ୍ଦିଷ୍ଟ ଅଥରାଇଜେସନ୍ ଆବଶ୍ୟକ। ଡିସିପିଙ୍କ ପାଖରେ ସଂପୃକ୍ତ କର୍ମଚାରୀଙ୍କ ସମ୍ପର୍କରେ ସଂସ୍ଥା ଗୁଡ଼ିକ ତଥ୍ୟ ଦାଖଲ କରିବେ। ଏହାଦ୍ୱାରା ଅମାନିଆଙ୍କ ଯାତାୟାତକୁ ରୋକାଯାଇପାରିବ ବୋଲି କହିଛନ୍ତି ପୋଲିସ କମିଶନର। ତେବେ ଟିକାକରଣ ଏବଂ କୋଭିଡ୍ ଟେଷ୍ଟ ପାଇଁ କୌଣସି କଟକଣା ନାହିଁ। ଏ ସମ୍ପର୍କିତ ତଥ୍ୟ ଦେଖାଇ ଲୋକେ ଯାଇପାରିବେ ବୋଲି ସିପି କହିଛନ୍ତି।

Advertisment

କେବଳ ସହରାଞ୍ଚଳ ନୁହେଁ। ରାଜ୍ୟର ବିଭିନ୍ନ ସୀମାନ୍ତ ପ୍ରବେଶ ପଥ ଦେଇ ରାଜ୍ୟ ଭିତରକୁ ଆସୁଥିବା ପ୍ରବାସୀଙ୍କ ଉପରେ ବି ତୀକ୍ଷ୍ଣ ନଜର ରଖିଛି ପୋଲିସ। ଭୟ ବଢ଼ାଇଥିବା ଆନ୍ଧ୍ର ଷ୍ଟ୍ରେନ୍ ଯେପରି ଓଡ଼ିଶାରେ ପ୍ରବେଶ ନକରେ ସେଥିପାଇଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଜାରି ରହିଥିବା ଚେକିଂର ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ଅଭୟ। ଏଡିଜି ୟଶବନ୍ତ ଜେଠଓ୍ୱାଙ୍କ ସହ ଆଜି ଗଞ୍ଜାମ ଗସ୍ତରେ ଯାଇ ଡିଜି ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଅଫିସରେ ଜିଲ୍ଲାର ୨ ଏସ୍ପି ଓ ଡିଆଇଜିଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଗିରିଶୋଳା ଚେକପୋଷ୍ଟ ସହ ଗୋଳନ୍ଥରା, ଗୋଷାଣି ନୂଆଗାଁ, ଚମାଖଣ୍ଡି ଓ ଗଞ୍ଜା ଥାନା ପରିଦର୍ଶନ କରିଛନ୍ତି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ