Capture-5-.........
ଗଞ୍ଜାମ : ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନାର ବର୍ଷା କରି ଚାଲିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀର ଗୋଳନ୍ଥରା ଓ ଆମ୍ବପୁଆରେ ରହିଥିବା ୨ଟି ଶୀତଳ ଭଣ୍ଡାର, ଏବେ ଚାଷୀଙ୍କର କାମରେ ଆସୁନି। ବର୍ଷ ସାରା ଚାଷ କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଶସ୍ତାରେ ପନିପରିବା ବିକି କ୍ଷତି ସହୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ହେଉଛି ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆଅଠାରେ ତିଆରି ହୋଇଥିବା ସମବାୟ ଶୀତଳ ଭଣ୍ଡାରର ଦୃଶ୍ୟ । ଚାଷୀ ଆଶା କରିଥିଲେ ପନିପରିବା ଓ ଖାଦ୍ୟ ଶସ୍ୟ ଏଠାରେ ସଂରକ୍ଷଣ କରିବେ । ହେଲେ ଦୀର୍ଘବର୍ଷ ହେଲା ଶୀତଳ ଭଣ୍ଡାରଟି ଭାଙ୍ଗିରୁଜି ନଷ୍ଟ ହୋଇ ପଡ଼ିଥିବା ବେଳେ ଏବେ ଏହା ଭୂତକୋଠୀର ଭ୍ରମ ସୃଷ୍ଟି କରୁଛି । କୋଟି କୋଟି ଟଙ୍କା ମୂଲ୍ୟର ସରଞ୍ଜାମ ପଡି ଖତ ଖାଉଥିବାବେଳେ ସମବାୟ ବିଭାଗର ଦୃଷ୍ଟି ତା ଉପରେ ନାହିଁ ।
ସେପଟେ ଗତବର୍ଷ ଗୋଳନ୍ଥରା ନିକଟରେ ଖୋଲାଯାଇଥିବା ଶୀତଳ ଭଣ୍ଡାରର ଅବସ୍ଥା ବି ଶୋଚନୀୟ ରହିଛି । ଏହା ବି ଚାଷୀଙ୍କ ସ୍ୱାର୍ଥରେ ଲାଗି ପାରୁନଥିବା ବେଳେ ସବୁବେଳେ ଗ୍ରୀଲରେ ତାଲା ପଡ଼ିରହୁଥିବା ଅଭିଯୋଗ ହେଉଛି । ତେବେ ଆମ୍ବପୁଆରେ ଥିବା ଶୀତଳ ଭଣ୍ଡାରଟି ଭାଙ୍ଗିରୁଜି ଯାଇଥିବାରୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ବ୍ୟୟସାପେକ୍ଷ ।
ତେଣୁ ଆଉ ଏକ ନୂଆ ଶୀତଳ ଭଣ୍ଡାର କରାଯିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସମବାୟ ମନ୍ତ୍ରୀ ସୂଯର୍ୟନାରାୟଣ ପାତ୍ର କହିଛନ୍ତି । ଅନ୍ୟପଟେ ଶୀତଳଭଣ୍ଡାର ଶୀଘ୍ର ଯୋଗାଇ ଦେଲେ ଚାଷୀ ପରିବା ସଂରକ୍ଷଣ କରି ବିକ୍ରି ବଟା କରିପାରିବା ସହ ଅଭାବୀ ବିକ୍ରିରୁ ଆଉ କ୍ଷତି ସହିବେନି ବୋଲି ଆଶା ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-5-_1626778114.jpg)