Advertisment

Bhubaneswar temperature drops: ଖସୁଛି ତାପମାତ୍ରା, ଥରୁଛି ଓଡ଼ିଶା: ଭୁବନେଶ୍ୱରରେ ତଳମୁହାଁ ପାରଦ

ରାଜ୍ୟରେ ବଢିବାରେ ଲାଗିଛି ଶୀତ। ଭୁବନେଶ୍ୱରରେ ତଳମୁହାଁ ପାରଦ। ଆଜି ଭୁବନେଶ୍ବରର ତାପମାତ୍ରା ୧୪.୮ ଡିଗ୍ରୀ ଥିବା ବେଳେ ୩ ଦିନରେ ଭୁବନେଶ୍ବରର ତାପମାତ୍ରା ୧.୨ ଡିଗ୍ରୀ ଖସିଲାଣି।

Winter

Winter Photograph: (OTV)

Advertisment

ରାଜ୍ୟରେ ବଢିବାରେ ଲାଗିଛି ଶୀତ। ଭୁବନେଶ୍ୱରରେ ଲଗାତାର ତଳମୁହାଁ ହେଉଛି ପାରଦ । ଆଜି ଭୋର ସାଢେ ୫ଟା ସୁଦ୍ଧା ରେକର୍ଡ ଅନୁସାରେ ରାଜଧାନୀର ତାପମାତ୍ରା ରହିଛି ୧୪.୮ ଡିଗ୍ରୀ। ଗତ ୩ ଦିନରେ ଭୁବନେଶ୍ବରର ତାପମାତ୍ରା ୧.୨ ଡିଗ୍ରୀ ଖସିଲାଣି ।

Advertisment

ଗତ ୧୪ ତାରିଖରେ ତାପମାତ୍ରା ୧୬ ଡିଗ୍ରୀ ରହିଥିବାବେଳେ ଆଜି ଏହା ୧୪.୮ ଡିଗ୍ରୀକୁ ଖସିଆସିଛି। ସେପଟେ ରାଜ୍ୟର ୧୦ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ସେମିଳିଗୁଡ଼ା, ଦାରିଙ୍ଗବାଡ଼ି, ଜି. ଉଦୟଗିରି, ପୁଲବାଣୀ ଆଦି ଜାଗାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆସନ୍ତା ୨ ଦିନ ରାଜ୍ୟରେ ଏଭଳି ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ସେହିପରି ଗଜପତି ଜିଲ୍ଲା ମୋହନାରେ ପାରଦ ତଳମୁହାଁ। ଦିନ ୮ଟା ଯାଏଁ ପ୍ରବଳ କୁହୁଡି ଲାଗି ରହୁଛି l ଫଳରେ ରାସ୍ତାରେ ଯାତାୟତ ସାମାନ୍ୟ ପ୍ରଭାବିତ ହେଉଛି l ସକାଳୁ ଚାହା ଦୋକାନ ଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି l ସ୍ଥାନେ ସ୍ଥାନେ ଲୋକେ ନିଆଁ ପୋଉଁଛନ୍ତି ।

Advertisment

•    ଓଃ କି ଶୀତ !
•    ଖସୁଛି ତାପମାତ୍ରା, ଥରୁଛି ଓଡ଼ିଶା
•    ରାଜ୍ୟରେ ବଢିବାରେ ଲାଗିଛି ଶୀତ
•    ଭୁବନେଶ୍ୱରରେ ତଳମୁହାଁ ପାରଦ
•    ଆଜି ଭୁବନେଶ୍ବରର ତାପମାତ୍ରା ୧୪.୮ ଡିଗ୍ରୀ
•    ୩ ଦିନରେ ଭୁବନେଶ୍ବରର ତାପମାତ୍ରା ୧.୨ ଡିଗ୍ରୀ ଖସିଲାଣି
•    ୧୦ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ
•    ଆସନ୍ତା ଦୁଇଦିନ ପ୍ରବଳ ଶୀତ

Winter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ