Patnagarh-Snake-Resque Photograph: (OTV)
ଫଣା ଟେକି ଗର୍ଜନ କଲା ନାଗ ! ଘର ଭିତରେ ଝୁଲି ରହିଲା । ସାପ ଭୟରେ ଥରୁଥିଲେ ପରିବାର । କବାଟର ଏ କନ୍ଦି ଭିତରେ ବିରାଟ ନାଗ ସାପଟି କିପରି ଝୁଲି ରହିଛି ଟିକେ ଦେଖିନିଅନ୍ତୁ…
ପରିବାରର ସାବଧାନତା ଯୋଗୁ ଆଜି ରକ୍ଷା ପାଇଯାଇଛି କୁନି ପୁଅର ଜୀବନ । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ କଟାପାଲି ଗାଁର ଘଟଣା । ସିକେଶ୍ୱର ପାଣ୍ଡେଙ୍କ ଘରେ ନାଗଟି ବେଶ୍ କିଛି ସମୟ ଧରି ଆତଙ୍କ ଖେଳାଇଥିଲା । ପରେ ସାପଟିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ସିକେଶ୍ୱରଙ୍କ ୮ ବର୍ଷିୟ ନାତି ଛୋଟୁ ସାପଟିକୁ ପ୍ରଥମେ ଦେଖିଥିଲେ । ସେ ଘର ଭିତରକୁ ଯିବା ସମୟରେ ସାପଟି ତାଙ୍କ ମୁଣ୍ଡରେ ବାଡେଇ ହୋଇ ଯାଇଥିଲା । ଫଳରେ ସେ ନାଗସାପକୁ ଦେଖି ଚିତ୍କାର କରିଥିଲେ । ପରେ ପରିବାର ଲୋକ ସାପଟିକୁ କୌସଳ କ୍ରମେ କାବୁ କରିଥିଲେ । ତେବେ ଏକ ବଡ଼ ଅଘଟଣରୁ ଅଳ୍ପକେ ପରିବାରଟି ବର୍ତ୍ତିଯାଇଛି। ବାରମ୍ବାର ସାପ ଜନିତ ମୃତ୍ୟୁ ନେଇ ଖବର ଆସୁଥିବାବେଳେ ପୁଣି ବଲାଙ୍ଗିରର ବେଲପଡ଼ାରୁ ଏହି ଚିତ୍ର ସାମ୍ନାକୁ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/patnagarh-snake-resque-2025-12-14-11-02-43.jpg)