Advertisment

ସିଏମସି କମିଶନରଙ୍କ ପରାମର୍ଶ: ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି, ତୁରନ୍ତ ଟେଷ୍ଟ କରନ୍ତୁ

କଟକ: ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି। ଏହାକୁ ସାଧାରଣ ଭାବନି। ତୁରନ୍ତ ଟେଷ୍ଟ କରି ଚିକିତ୍ସା ରହିଲେ ଆମେ ସଂକ୍ରମଣରୁ ରକ୍ଷା ପାଇପାରିବା। ଏଭଳି ପରାମର୍ଶ ଦେଇଛନ୍ତି ସିଏସସି କମିଶନର।କଟକ ସହରରେ କରୋନା ସ୍ଥିତି ନେଇ କମିଶନର ଅନନ୍ୟା ଦାସ ସୂଚନା…

ଅଦ୍ୟତନ ହୋଇଛି
ସିଏମସି କମିଶନରଙ୍କ ପରାମର୍ଶ: ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି, ତୁରନ୍ତ ଟେଷ୍ଟ କରନ୍ତୁ

ananya

Advertisment

କଟକ: ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି। ଏହାକୁ ସାଧାରଣ ଭାବନି। ତୁରନ୍ତ ଟେଷ୍ଟ କରି ଚିକିତ୍ସା ରହିଲେ ଆମେ ସଂକ୍ରମଣରୁ ରକ୍ଷା ପାଇପାରିବା। ଏଭଳି ପରାମର୍ଶ ଦେଇଛନ୍ତି ସିଏସସି କମିଶନର।କଟକ ସହରରେ କରୋନା ସ୍ଥିତି ନେଇ କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ- ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ୍ ରହିଛି। ୩୬୮୫ରୁ ୮୮% ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। କୋଭିଡ଼ କେୟାର ସେଣ୍ଟରରେ ୪୦ରୁ ୫୦% ସିଟ୍ ଫିଲପ୍ ରହିଛି। ସେଥିରୁ ୧୦% ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରଣ କରିବାକୁ ପଡୁଛି। ଏସସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ୍, ୩ଶହ ICU ଅଛି। SCBରେ ଆଉ ଶହେ ବେଡ୍ ବଢ଼ାଯିବ, ସେଥିରୁ ୪୧ ICU ରହିବ।

Advertisment

ସେ ଆହୁରି କହିଛନ୍ତି ଯେ, ବହୁତ ଲୋକଙ୍କୁ ଜ୍ୱର କାଶ କିମ୍ବା ଥଣ୍ଡା ହେଲେ ଏହାକୁ ସାଧାରଣ ଭାବି ଚିକିତ୍ସାରେ ବିଳମ୍ବ କରୁଛନ୍ତି। ଯଦି କାହାକୁ ଜ୍ୱର ହେଉଛି, ସେମାନେ ୨ରୁ ୩ ଦିନ ଅପେକ୍ଷା କରୁଛନ୍ତି। ଏହା କରନ୍ତୁ ନାହିଁ। ଏପରିକି ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। ବିଳମ୍ବରେ ଚିକିତ୍ସା କରାଗଲେ ରୋଗୀ ବିପଦ ପଡ଼ିପାରେ।  ବିଳମ୍ବ ନକରି ଟେଷ୍ଟିଂ କରିବା ସହ ତୁରନ୍ତ ଚିକିତ୍ସା ଆରମ୍ଭ ହେବା ଦରକାର ବୋଲି ସେ କହିଛନ୍ତି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଘରେ ରହି ଚିକିତ୍ସିତ ହୁଅନ୍ତୁ, ଜରୁରୀ ପଡ଼ିଲେ ଆମ ନମ୍ବରରେ ଜଣାନ୍ତୁ ବୋଲି ସେ କହିଛନ୍ତି। କୋଭିଡ଼ କଣ୍ଟ୍ରୋଲ ରୁମ୍ ନମ୍ବର ୭୦୭୭୭୭୫୫୫୫ରେ ଯୋଗାଯୋଗ କରନ୍ତୁ। ଜରୁରୀ ଥିଲେ ଟୋଲ୍ ଫ୍ରି ୧୮୦୦ ୩୪୫ ୮୨୮୯କୁ ଫୋନ୍ କରନ୍ତୁ। ଲକ୍ଷଣ ଥାଇ ଆଣ୍ଟିଜେନ ନେଗେଟିଭ ଆସିଲେ ବି ଆମକୁ ଜଣାନ୍ତୁ। କୋଭିଡ଼ ହସ୍ପିଟାଲରେ ସସପେକ୍ଟ ହିସାବରେ ଆଡମିଶନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ