Advertisment

CM Mohan Majhi: ରାସ୍ତାରେ ଅଟକି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ନିଜ ଗାଁ କେନ୍ଦୁଝର ରାଇକଳା ଯିବା ବେଳେ ରାସ୍ତାରେ ଅଟକି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦ଟା ବେଳେ ସର୍କିଟ ହାଉସରୁ ରାଇକଳା ଯିବା ରାସ୍ତାରେ ଅଭିଯୋଗ ନେଇ ଠିଆ ହୋଇଥିବା ଲୋକଙ୍କ ପାଖେ ଅଟକି ଦୁଃଖ ଶୁଣିଥିଲେ ମୋହନ।

cm mohan majhi

cm mohan majhi Photograph: (OTV)

Advertisment

ନିଜ ଗାଁ କେନ୍ଦୁଝର ରାଇକଳା ଯିବା ବେଳେ ରାସ୍ତାରେ ଅଟକି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦ଟା ବେଳେ ସର୍କିଟ ହାଉସରୁ ରାଇକଳା ଯିବା ରାସ୍ତାରେ ଅଭିଯୋଗ ନେଇ ଠିଆ ହୋଇଥିବା ଲୋକଙ୍କ ପାଖେ ଅଟକି ଦୁଃଖ ଶୁଣିଥିଲେ ମୋହନ। ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଓ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ।  

Advertisment

ପରେ ରାଇକଳା ଗାଁରେ ଅନଷ୍ଠିତ ଗୋବର୍ଦ୍ଧନ ପୂଜାରେ ଯୋଗ ଦେଇଥିଲେ। ପୂଜା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ରାଇକଳାରୁ ସନ୍ଧ୍ୟା ୬ଟାରେ ଫେରି କେନ୍ଦୁଝରର ବିଭିନ୍ନ କାଳୀପୂଜା ମଣ୍ଡପ ବୁଲିବାର ରହିଛି କାର୍ଯ୍ୟକ୍ରମ । ଗତକାଲି ନିଜ ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିଥିଲେ । କୁଡ଼ୁମୀ ସମ୍ପ୍ରଦାୟର ଗୋଠପୂଜାରେ ମଧ୍ୟ ସାମିଲ ହୋଇଥିଲେ । ପରେ ସେ ନିଜେ ମାଦଳ ବଜାଇ ଲୋକଙ୍କ ଗହଣରେ ଦୀପାବଳିର ଆନନ୍ଦ ଉଠାଇଥିଲେ ।

ରାସ୍ତାରେ ଅଟକି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ନିଜ ଗାଁ ରାଇକଳା ଯିବାବେଳେ ଲୋକଙ୍କ ସମସ୍ୟା ଶୁଣିଲେ ମୋହନ
ପରେ ଗାଁରେ ଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ସନ୍ଧ୍ୟାରେ କେନ୍ଦୁଝରରେ ବିଭିନ୍ନ କାଳୀପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ