Advertisment

''ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ''

ବାଲେଶ୍ୱର: ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର ବେଳେ ଭାଷଣକୁ ନେଇ ପୁଣି ବିବାଦ ଏଥର ବିବାଦ ହୋଇଛି। ବିଜେଡି ନେତା କୁନା ତ୍ରିପାଠୀଙ୍କ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରସଙ୍ଗ କୁ ନେଇ ଆଜି ବାଲେଶ୍ୱରରେ ଏକ ସଭାରେ କୁନା କହିଥିଲେ, ବିଜୁଳି ଶକ୍ତି ଭଳି ନବୀନ ବାବୁ ବିକାଶକୁ ସେଠାରୁ ପଠାଉଛନ୍ତି। ତେବେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ବିକାଶର ବିଜୁଳି କିପରି ପହଞ୍ଚିବ। ଖାଲି ସେତିକି ନୁହେଁ କିଛି ଦିନ ହେଲା ଏଠାରେ ଯେଉଁ ଟ୍ରାନ୍ସଫର୍ମର ବସିଥିଲେ, ସେ କାମ […]

ଅଦ୍ୟତନ ହୋଇଛି
''ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ''

premlata-dutta

Advertisment

ବାଲେଶ୍ୱର: ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର ବେଳେ ଭାଷଣକୁ ନେଇ ପୁଣି ବିବାଦ ଏଥର ବିବାଦ ହୋଇଛି। ବିଜେଡି ନେତା କୁନା ତ୍ରିପାଠୀଙ୍କ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରସଙ୍ଗ କୁ ନେଇ ଆଜି ବାଲେଶ୍ୱରରେ ଏକ ସଭାରେ କୁନା କହିଥିଲେ, ବିଜୁଳି ଶକ୍ତି ଭଳି ନବୀନ ବାବୁ ବିକାଶକୁ ସେଠାରୁ ପଠାଉଛନ୍ତି। ତେବେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ବିକାଶର ବିଜୁଳି କିପରି ପହଞ୍ଚିବ। ଖାଲି ସେତିକି ନୁହେଁ କିଛି ଦିନ ହେଲା ଏଠାରେ ଯେଉଁ ଟ୍ରାନ୍ସଫର୍ମର ବସିଥିଲେ, ସେ କାମ କଲେନି ବୋଲି କୁନା କହିଥିଲେ। ତେବେ କୁନାଙ୍କ ଏଭଳି ଭାଷଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି।

Advertisment

ସେହିପରି ବାଲେଶ୍ୱରରେ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ବିଜେପିର ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି ବୋଲି ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପୂର୍ବରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୁଯୋଗ ମନ୍ତବ୍ୟକୁ ନେଇ ବି ତେଜିଥିଲା ରାଜନୀତି। ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଆମ ପାଇଁ ସୁଯୋଗ ସୃଷ୍ଟି କରିଥିବା କହିଥିଲେ ରଣେନ୍ଦ୍ର। ଆଉ ଏବେ କୁନା ତ୍ରିପାଠୀଙ୍କ ଟ୍ରାନସଫର୍ମର ଭାଷଣ ନୂଆ ବିବାଦ ସୃଷ୍ଟି କରିଛି।

ସେପଟେ ବିଜେଡି ନେତା କୁନା ତ୍ରିପାଠୀଙ୍କ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ସୁଯୋଗ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିବଙ୍ଗତ ମଦନ ଦତ୍ତଙ୍କ ପତ୍ନୀ ପ୍ରେମଲତା ଦତ୍ତ। ମୁଖ୍ୟମନ୍ତ୍ରୀ ନବୀନ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

Advertisment

ଆଜି ଭର୍ଚୁଆଲ ରାଲି କରିଥିଲେ, ହେଲେ ଏନେଇ ପଦଟିଏ ବି କହିଲେନି। ଭାବିଥିଲି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ଓ ନେତାଙ୍କୁ ତାଗିଦ କରିବେ। ଏହା ତାଙ୍କୁ କଷ୍ଟ ଦେଇଥିବା ପ୍ରେସମିଟ୍‌ରେ କହିଛନ୍ତି ପ୍ରେମଲତା।

ଆହୁରି ପଢ଼ନ୍ତୁ:'ମନ୍ତ୍ରୀଙ୍କ ମନ୍ତବ୍ୟ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ'

Balasore By-Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ