Advertisment

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଲେ ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା…

ଅଦ୍ୟତନ ହୋଇଛି
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

naveen patnaik

Advertisment

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଲେ ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ସବସିଡି ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟରକୁ ୧୩, ୫୦୦ ଟଙ୍କା ମିଳିବ। ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ମିଳିବ ୧୮ ହଜାର ଟଙ୍କା ମିଳିବ। ସେହିପରି ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର, ଅନ୍ୟ ଫସଲ ପାଇଁ ୧ ହଜାର ମିଳିବା ନେଇ ଘୋଷଣା ହୋଇଛି। ପ୍ରଭାବିତ ଜିଲ୍ଲାର ଚାଷୀଙ୍କୁ ଏବେ ମିଳୁଥିବା ରିହାତି ସହ ୨୫% ଅଧିକ ରିହାତି ମିଳିବ।

Advertisment

ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ୫ଶହ କୋଟିର କେନ୍ଦ୍ରୀୟ ସହାୟତା ପୂର୍ବରୁ ମିଳିଛି । ଏହି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପଟେ ବାତ୍ୟା ମୁକାବିଲା ନେଇ ଦୀର୍ଘ ମିଆଦି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଓ ସାମୁଦ୍ରିକ ଜୁଆରକୁ ରୋକିବା ଲାଗି ବନ୍ଧ ର୍ନିମାଣ ପାଇଁ ଦାବି ରଖିଛନ୍ତି ରାଜ୍ୟ ସରକାର।

ସାମୁଦ୍ରିକ ଝଡ଼ ୟାସ୍ ଯିବାର ଦିନକ ପରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ବେଶୀ ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ ସହ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଓ ରାଜ୍ୟ ପାଇଁ ୫ ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Advertisment

ଘର ଭାଙ୍ଗିବାଠୁ ଆରମ୍ଭ କରି ଚାଷ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ରାସ୍ତାଘାଟକୁ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ମୁଷଳଧାରାରେ ବର୍ଷା, ଏହାକୁ ନେଇ କିଛି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ସମୁଦ୍ର ଜୁଆର ମାଡି ଯାଇ ଅନେକ ଗାଁ ଜଳମଗ୍ନ ହେବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ଏ ସଂପର୍କିତ ୮ ମିନଟର ଭିଡ଼ିଓ ପ୍ରଧାନମନ୍ତ୍ରୀଙ୍କୁ ଦେଖା ଯାାଇଥିଲା। ତେବେ ବାତ୍ୟା କ୍ଷୟୟତି ବାବଦକୁ କେନ୍ଦ୍ରକୁ କୌଣସି ଅର୍ଥ ମଗାଯାଇନଥିବା ରାଜ୍ୟ ସରକାରଙ୍କ ପକ୍ଷର କୁହାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଆଜି ପ୍ୟାକେଜ ଘୋଷଣା କରିବା ପରେ ଦେଖାଯାଉ କେବେ ମିଳୁଛି ବନ୍ୟା ବିପନ୍ନଙ୍କୁ ସହାୟତା। ଆଉ କେବେ ଦୂର ହେଉଛି ସେମାନଙ୍କର ଦୁଃଖ।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ