Advertisment

କୃଷି ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ୭ମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ନୂଆ ଜ୍ଞାନକୌଶଳରେ କୃଷି ଯନ୍ତ୍ର ତିଆରି କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ଜଣେ ୭ମ ଶ୍ରେଣୀ ଛାତ୍ର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଉପେନ୍ଦ୍ର ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ବିପ୍ଲବ କୁମାର ଘୋଷ ଉଦ୍ଭାବନ କରିଛନ୍ତି ଏକ କୃଷି ଯନ୍ତ୍ର। ଏକାଥରକେ ଏହି ଯନ୍ତ୍ରରେ ୬ଟି କାର୍ଯ୍ୟ ହୋଇପାରୁଛି। ଲଙ୍ଗଳ କାମ, ମହି ଦେବା ସହ ବିହନ ବୁଣିବା, ସାର ପକାଇବା, ଔଷଧ ଛିଞ୍ଚନ […]

କୃଷି ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ୭ମ ଶ୍ରେଣୀ ଛାତ୍ର

farmimg

Advertisment

ବାଲେଶ୍ୱର : ନୂଆ ଜ୍ଞାନକୌଶଳରେ କୃଷି ଯନ୍ତ୍ର ତିଆରି କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ଜଣେ ୭ମ ଶ୍ରେଣୀ ଛାତ୍ର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଉପେନ୍ଦ୍ର ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ବିପ୍ଲବ କୁମାର ଘୋଷ ଉଦ୍ଭାବନ କରିଛନ୍ତି ଏକ କୃଷି ଯନ୍ତ୍ର।

Advertisment

publive-imageଏକାଥରକେ ଏହି ଯନ୍ତ୍ରରେ ୬ଟି କାର୍ଯ୍ୟ ହୋଇପାରୁଛି। ଲଙ୍ଗଳ କାମ, ମହି ଦେବା ସହ ବିହନ ବୁଣିବା, ସାର ପକାଇବା, ଔଷଧ ଛିଞ୍ଚନ ଆଦି କାର୍ଯ୍ୟ ଏହି ଯନ୍ତ୍ର ସହାୟତାରେ କରିହେବ। ମଧୁପୁରା ଗାଁର ସୁଶାନ୍ତ ଘୋଷଙ୍କ ପୁଅ ବିପ୍ଳବ ମାତ୍ର ୧୦ ହଜାର ଟଙ୍କାରେ ତିଆରି କରିପାରିଛନ୍ତି ଏଭଳି ଯନ୍ତ୍ର । ସୌରଶକ୍ତି ସାହାଯ୍ୟରେ ଏହି ଯନ୍ତ୍ରଟି କାର୍ଯ୍ୟକ୍ଷମ ହୋଇପାରୁଛି । ରାଜ୍ୟସ୍ତରୀୟ ପ୍ରଦର୍ଶନୀର ଉଚ୍ଚକୋଟିର ଯନ୍ତ୍ର ନିର୍ମାଣ କରି ସେ ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି ।

publive-imageଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପ୍ରଦର୍ଶନୀରେ ଭାଗ ନେବା ସହ ରାଷ୍ଟ୍ରପତିଙ୍କ ଟି-ପାର୍ଟିରେ ସେ ଯୋଗଦେବେ ବୋଲି ସୂଚନା ମିଳିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ