5 class std
ଭଦ୍ରକ : ଇଚ୍ଛା ଥିଲା ବାଇକ୍ ଚଢ଼ିବା । ହେଲେ ସରକାରୀ କଟକଣା ସାଜିଥିଲା ବାଧକ। ତଥାପି ଆଶାକୁ ନ ଚପାଇ ସାଇକେଲରେ ହିଁ ବାଇକ୍ର ମଜା ନେବା ଲାଗି ମନସ୍ତ କରିଥିଲେ। ଆଉ ଇଞ୍ଜିନିୟରିଂ ପାଠ ପଢୁଥିବା ଭାଇଙ୍କ ସହଯୋଗରେ ସେ ଏବେ ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରିଛନ୍ତି।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କମାର ଗାଁର ନରହରି ଓ ଗୀତାଞ୍ଜଳୀ ଅଗସ୍ତିଙ୍କ ପୁଅ ଶୁଭମ ସୌଭାଗ୍ୟ ଅଗସ୍ତି । ଗୋଟିଏ ଲିଟର ପେଟ୍ରୋଲରେ ୪୦ କିଲୋମିଟର ଚାଲିପାରୁଥିବା ଏହି ସାଇକେଲ ୮୦ ସିସିର ରହିଛି। କେବେଳ ଏତିକି ନୁହେଁ ଏହା ପରିବଶ ଉପକୂଳ ବି।
ଏହି ସାଇକେଲର ସ୍ୱତନ୍ତ୍ରତା ହେଲା କେବଳ ଷ୍ଟାର୍ଟିଂ ପାଇଁ ପାଞ୍ଚରୁ ୬ ପ୍ୟାଡେଲ ମାରିବା। ଏହାପରେ ଗାଡ଼ି ଷ୍ଟାର୍ଟ ହେବା ପରେ ସାଇକେଲର ସ୍ପିଡ ଅନୁସାରେ ମାଇଲେଜ୍। ତେବେ ଘଣ୍ଟାକୁ ୪୫ କିଲୋମିଟର ଉପରକୁ ଏହି ସାଇକେଲ ଚାଲିପାରିବ ନାହିଁ । ଏହି ସାଇକେଲ ତିଆରି ପାଇଁ ପାଖାପାଖି କୋଡିଏ ହଜାର ଟଙ୍କା ଖର୍ଚ୍ଚ ହେଉଛି।
ବିଶେଷକରି ଛାତ୍ରଛାତ୍ରୀଙ୍କ ସହିତ ଯୁବପିଢ଼ି ଏହି ସାଇକେଲର ଆବଶ୍ୟକତା ଉପଲବବ୍ଧି କରିପାରିବେ ବୋଲି ମତ ରଖିଛନ୍ତି ଶୁଭମ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/5-class-std_1626690313.jpg)