Advertisment

Big Boost for Biodiversity: ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ଏଥର ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ । ସାରା ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀଙ୍କ ସମାଗମ ହୋଇଛି। ଯାହାକି ଗତବର୍ଷଠାରୁ ୪ ହଜାର ୯୮୨ ଅଧିକ ।

Bird

Bird Photograph: (OTV)

Advertisment

ଏଥର ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ । ସାରା ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀଙ୍କ ସମାଗମ ହୋଇଛି। ଯାହାକି ଗତବର୍ଷଠାରୁ ୪ ହଜାର ୯୮୨ ଅଧିକ ।

Advertisment

କେବଳ ନଳବଣରେ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ଟି ପକ୍ଷୀ ଥିବା ଗଣନାରୁ ଜଣାପଡିଛି। ଚିଲିକାରେ ଏଥର ୧୦୬ ପ୍ରଜାତିର ୧୧  ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଥିବା ବେଳେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୨୧ ହଜାର ୯୪୩ ।

ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗଙ୍କ ସଂଖ୍ୟା ୧୮ ଶହ ଥିବା ଜଣାପଡ଼ିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଉଦ୍ୟମରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ସକାଳୁ ସକାଳୁ ପକ୍ଷୀ ଗଣନା କରାଯାଇଥିଲା ।

Advertisment

ବାଲୁଗାଁ ବନ୍ୟପ୍ରାଣୀ ଅଧିନସ୍ଥ ୫ଟି ରେଞ୍ଜ ଚିଲିକା, ବାଲୁଗାଁ, ଟାଙ୍ଗି, ସାତପଡ଼ା ଓ ରମ୍ଭା ରେଞ୍ଜର ଅଞ୍ଚଳକୁ ୨୨ଟି ଜୋନରେ ବିଭକ୍ତ କରାଯାଇ ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୧୩୦ଜଣ ଗଣନାକାରୀ ନିୟୋଜିତ ହୋଇଥିଲେ । 

Chilika Bird Population Rises In Chilika Birds In Chilika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ