Advertisment

Childless Couple Protests : ଛୁଆକୁ ଫେରାଇବାକୁ ଦାବି କରି, ଜିଲ୍ଲାପାଳଙ୍କ ଅଫିସରେ ଦମ୍ପତ୍ତିଙ୍କ ଜୀବନ ହାରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରେ ଦମ୍ପତ୍ତିଙ୍କ ଜୀବନ ହାରିବାକୁ ଉଦ୍ୟମ। ଉକ୍ତ ଦମ୍ପତ୍ତି ଜଙ୍ଗଲରୁ ମୂର୍ମୂଷୁ ଅବସ୍ଥାରେ ଏକ ଶିଶୁକୁ ଉଦ୍ଧାର କରିଥିଲେ। ପରେ ଖବର ପାଇ ଶିଶୁ ମଙ୍ଗଳ କମିଟି ଛୁଆଟିକୁ ନେଇ ଯାଇଥିଲେ।

dhenkanal
Advertisment

ପିଲାକୁ ଫେରାଇବାକୁ ଜିଲ୍ଲାପାଳ ଅଫିସ୍ ଆଗରେ ଗଡ଼ିଲେ ଦମ୍ପତ୍ତି। ଜଙ୍ଗଲରୁ ମିଳିଥିବା ଛୁଆ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ଧାରଣା। ଏଭଳି କିଛି ଘଟଣା ଘଟିଛି ଢେଙ୍କାନାଳରେ। ଜଣେ ନିଃସନ୍ତାନ ଦମ୍ପତ୍ତି ଜଙ୍ଗଲରୁ ପାଇଥିବା ଏକ ବେସାହାରା ଛୁଆକୁ ଫେରିପାଇବା ପାଇଁ ଜୀବନ ହାରିବାକୁ କରିଛନ୍ତି ଉଦ୍ୟମ।

Advertisment

ସୂଚନା ଅନୁସାରେ, ଗତ ଡିସେମ୍ବର ୯ ତାରିଖରେ ଜଙ୍ଗଲରୁ ଛେଳି ଚରାଇବା ବେଳେ ଜନ୍ମିତ ଶିଶୁପୁତ୍ରକୁ ମୁର୍ମୁଷୁ ଅବସ୍ଥାରେ ପାଇଥିଲେ ମୁଷା ନାଏକ। ଛୁଆକୁ ଘରକୁ ଆଣି ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସରପଞ୍ଚ ଓ ଗାଁ ସଭାପତିଙ୍କୁ ଜଣାଇ ପିଲାଟିର ଲାଳନ ପାଳନ କରିଥିଲେ। ଏପରିକି ପିଲାର ଏକୋଇଶିଆ ଓ ନାମକରଣ ଉତ୍ସବ ବି କରିଥିଲେ। ଗୋଟିଏ ମାସ ପରେ ହଠାତ୍ ଖବର ପାଇ ପୋଲିସ ସହାୟତାରେ ଗାଁକୁ ଯାଇ ଶିଶୁଟିକୁ ଉଦ୍ଧାର କରି ଆଣିଛି ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ବିଭାଗ।

ତେଣୁ ଛୁଆକୁ ଫେରାଇ ନେବା ପାଇଁ ଜିଲ୍ଲାପାଳଙ୍କ ଅଫିସ ବାରଣ୍ଡାରେ କାନ୍ଦି କାନ୍ଦି ଗଡ଼ିଛନ୍ତି। ଶିଶୁପୁତ୍ରକୁ ନେବା ପାଇଁ ଜିଦରେ ଅଡ଼ି ବସିଛନ୍ତି ସେମାନେ। ଏପଟେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ।

Advertisment

Odisha Dhenkanal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ