KISSର ମୁଖା ଖୋଲିଦେଲେ ଶିଶୁ ସୁରକ୍ଷା କର୍ମୀ Photograph: (OTV)
KISSର ମୁଖା ଖୋଲିଦେଲେ ଶିଶୁ ସୁରକ୍ଷା କର୍ମୀ ବେଣୁଧର ସେନାପତି। କିସ୍ ବିରୋଧରେ ସେ ଆଣିଛନ୍ତି ସାଂଘାତିକ ଆଭିଯୋଗ। ‘ବାରମ୍ବାର ଅଭିଯୋଗ ପରେ ବି କାହିଁକି ଛାତ୍ର ମୃତ୍ୟୁ ଥମୁନି ଏନେଇ କିସ୍ କେବେ ଚିନ୍ତା କରିନି।‘KISSରେ ପିଲାଏ ମାନସିକ ଓ ଶାରିରୀକ ଚାପରେ ରହୁଛନ୍ତି। ଏସବୁର କାରଣ ନଖୋଜି ଘଟଣାକୁ ଚପା ଯାଉଛି।
ବାରମ୍ବାର ଅଘଟଣା ପରେ ବି ତଦନ୍ତ ହେଉନି। ଯେତେବେଳେ ସେ CWCରେ ଥିଲେ KISSର ଘଟଣା ଆଖିରେ ଦେଖଛନ୍ତି। ଏନେଇ କିନ୍ତୁ କେହି ଅଧିକାରୀ କେବେ ବି ହାଜର ହୋଇ ପକ୍ଷ ରଖିନାହାନ୍ତି। ଏବେ ସରକାର ଆକ୍ସନ୍ ନେବା ଜରୁରୀ ହେଇପଡ଼ିଛି ବୋଲି ବେଣୁଧର କହିଛନ୍ତି। ସେପଟେ ବେଣୁଧରଙ୍କ ଅଭିଯୋଗ ନେଇ କିସ୍ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
ସେପଟେ ନୂଆପଡ଼ା ଗାଁରେ ଘଟଣାକୁ ନେଇ ସନ୍ଦେହରେ ଲୋକେ। କେମିତି ହସ ଖୁସ ମିଜାସର ପିଲା କେମିତି ଜୀବନ ଗଲା ତାକୁ ନେଇ ସନ୍ଦେହ ବଢ଼ିଛି। ପୁରା ଘଟଣାର ତଦନ୍ତ କଲେ ସବୁ ସତ ଜଣାପଡ଼ିବ ବୋଲି ଗାଁ ଲୋକେ କହିଛନ୍ତି। ଗତ ଥର ଘରକୁ ଆସିବା ବେଳେ ବି ବେଶ୍ ଖୁସ ଥିଲେ ଛାତ୍ର ଜଣକ। ତାଙ୍କ ସହ କଣ ହେଲା କହି ହେବନି, ତଦନ୍ତ ହେଲେ ସବୁ ସତ ଜଣାପଡ଼ିବ ବୋଲି ଗାଁଲୋକେ କହିଛନ୍ତି।
- KISSର ମୁଖା ଖୋଲିଦେଲେ...
- ଶିଶୁ ସୁରକ୍ଷା କର୍ମୀ ବେଣୁଧର ସେନାପତିଙ୍କ ସାଂଘାତିକ ଅଭିଯୋଗ
- ‘ବାରମ୍ବାର ଅଭିଯୋଗ ପରେ ବି କାହିଁକି ଛାତ୍ର ମୃତ୍ୟୁ ଥମୁନି?’
- ‘KISSରେ ପିଲାଏ ମାନସିକ ଓ ଶାରିରୀକ ଚାପରେ’
- ‘କାରଣ ନଖୋଜି ଘଟଣାକୁ ଚପା ଯାଉଛି’
- ‘ବାରମ୍ବାର ଘଟଣା ପରେ ବି ତଦନ୍ତ ହେଉନି’
- ‘CWCରେ ଥିବା ବେଳେ KISS ଘଟଣା ଆଖିରେ ଦେଖିଛୁ’
- ‘କୌଣସି ଅଧିକାରୀ କେବେ ବି ହାଜର ହୋଇନାହାନ୍ତି’
- ‘ତଦନ୍ତ କଲେ ସତ ଜଣାପଡ଼ିବ’
- KISSରେ ନୂଆପଡ଼ା ଛାତ୍ରଙ୍କ ମୃତ୍ୟୁ ମାମଲା
- ତଦନ୍ତ ପାଇଁ ଦାବି କଲେ ଛାତ୍ରଙ୍କ ଗାଁ ଲୋକେ
- ‘ଖୁସ ମିଜାସ ପିଲାର ଜୀବନ ଗଲା କେମିତି ଜଣାପଡ଼ିନି’
- ‘ପୁରା ଘଟଣାର ତଦନ୍ତ କଲେ ସବୁ ସତ ଜଣାପଡ଼ିବ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/21/repeated-student-deaths-at-kiss-2026-02-21-16-25-45.jpg)