Advertisment

Elephant and Bear Enter City: ସହର ଭିତରେ ବୁଲୁଛନ୍ତି ହାତୀ-ଭାଲୁ, ଭୟରେ ସ୍ଥାନୀୟ ଲୋକେ

ସହର ଭିତରେ ପଶିଲା ହାତୀ ଓ ଭାଲୁ। ଭୟଭିତ ଅବସ୍ଥାରେ ଅଞ୍ଚଳବାସୀ। କାମାକ୍ଷାନଗର ଉପଖଣ୍ଡ ଭୁବନ ସହର ଭିତରେ ହାତୀ ବୁଲୁ ଥିବା ବେଳେ ଡାକ ବଙ୍ଗଳା ଭିତରେ ଭାଲୁ ବୁଲୁ ଥିବାର ଦେଖିବାକୁ ମିଳିଛି।

ELEPHANT BEAR

ELEPHANT BEAR Photograph: (OTV)

Advertisment

ସହର ଭିତରେ ପଶିଲା ହାତୀ ଓ ଭାଲୁ। ଭୟଭିତ ଅବସ୍ଥାରେ ଅଞ୍ଚଳବାସୀ। କାମାକ୍ଷାନଗର ଉପଖଣ୍ଡ ଭୁବନ ସହର ଭିତରେ ହାତୀ ବୁଲୁ ଥିବା ବେଳେ ଡାକ ବଙ୍ଗଳା ଭିତରେ ଭାଲୁ ବୁଲୁ ଥିବାର ଦେଖିବାକୁ ମିଳିଛି।

Advertisment

ସହର ଭିତରେ ହାତୀ ପଶି ଆସିଥିବା ବେଳେ ହାତୀକୁ ଘଉଡାଇ ଦେଇଥିଲେ ସ୍ଥାନୀୟ ଲୋକେ। ସେପଟେ ଡାକ ବଙ୍ଗଳା ଭିତରେ ଭାଲୁ ଗଛ ଉପରେ ଚଢି ମହୁ ଖାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ବାରମ୍ବାର ଜଙ୍ଗଲି ଜନ୍ତୁ ଭୁବନ ସହରକୁ ପଶି ଆସିଥିବାରୁ ସହରରେ ଭୟର ବାତାବରଣ ଦେଖାଦେଇଛି। ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଭୁବନବାସୀ। ଏବଂ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି l

Advertisment
Kamakhyanagar Bear Elephant Wild Animal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ