Barabati-Ticket-Rush Photograph: (OTV)
ଶୀତ କାକରକୁ ଖାତିର୍ ନାହିଁ । ଟିକେଟ୍ ପାଇଁ ରାତି ଅନିଦ୍ରା । କାଲି ସନ୍ଧ୍ୟାରୁ ଅଖିଆ ଅପିଆ ଛିଡା ହୋଇଛନ୍ତି ହଜାର ହଜାର ଲୋକେ । ଖାଲି ପୁରୁଷ ନୁହେଁ ଟିକେଟ୍ କିଣିବା ପାଇଁ ଝିଅ ଓ ବୟସ୍କ ମହିଳାମାନେ ବି ରାତିରୁ ଲଗାଇଛନ୍ତି ଲମ୍ବା ଲାଇନ୍ । କିଏ କହିଲେଣି ମୁଁ ମୋ ପୁଅ ପାଇଁ ଲାଇନ୍ ଲଗାଇଛି ତ ଆଉ କାହାକୁ ମ୍ୟାଚ୍ ବିଷୟରେ ପଚାରିଲେ ମୁହଁ ଲୁଚାଉଛନ୍ତି । ଆଜି ବାରବାଟୀରେ ଅଫଲାଇନ୍ ଟିକେଟ୍ ବିକ୍ରି ପୂର୍ବରୁ ଦେଖିବାକୁ ମିଳିଛି ଏମିତି ସବୁ ଦୃଶ୍ୟ । ଭିଡ ଏତେ ଯେ ଠେଲାପେଲା ପରିସ୍ଥିତି ବି ଦେଖାଯାଇଛି । ଲୋକଙ୍କୁ ଘଉଡାଇବାକୁ ଯାଇ ନାକେଦମ୍ ହୋଇଛି ପୋଲିସ । ଲାଠିଚାର୍ଜ କରିଛି ।
ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ । ଏଥିପାଇଁ ଆଜିଠୁ ବିକ୍ରି ହେଉଛି ଅଫଲାଇନ୍ ଟିକେଟ୍ । ୧୦ ହଜାର ଟିକେଟ୍ ଅଫଲାଇନରେ ବିକ୍ରି ହେବ । ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୨ଟି ଟିକେଟ୍ ବ୍ରିକିର ବ୍ୟବସ୍ଥା ରହିଛି । ହେଲେ ଟିକେଟ କିଣିବା ଲାଗି ଗତକାଲି ରାତିରୁ ଷ୍ଟାଡିୟମ ବାହାରେ ଦେଖାଯାଇଛି ଅସମ୍ଭାଳ ଭିଡ । ରାଜ୍ୟ ତଥା ରାଜ୍ୟ ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି ଜମିଛି । ବ୍ୟାରିକେଡ ଭିତରେ ପଶିବାକୁ ଉଦ୍ୟମ କରିଛନ୍ତି କ୍ରିକେଟ ପ୍ରେମୀ । ସ୍ଥିତି ଏମିତି ହୋଇଛି ଯେ ଭିଡ ନିୟନ୍ତ୍ରଣ କରିବାକୁ ଶୀତୁଆ ରାତିରେ ପୋଲିସକୁ ଝାଳ ବୁହାଇବାକୁ ପଡିଛି । ଷ୍ଟାଡିୟମ ବାହାରେ ହଜାର ହାଜର ସଂଖ୍ୟାରେ ଲୋକ ଆସି ଭିଡ ଜମାଇଛନ୍ତି ।
ସେପଟେ ବାରବାଟୀ T20 ମ୍ୟାଚ୍ ପୂର୍ବରୁ ଦେଖିବାକୁ ମିଳିଲାଣି କଳାବଜାରୀ । କ୍ରିକେଟ୍ ପ୍ରେମୀଙ୍କ କ୍ରେଜକୁ ଦେଖି ଫାଇଦା ଉଠାଉଛନ୍ତି ଦଲାଲ । ୬ ହଜାର ଟଙ୍କାର ସ୍ପେଶାଲ ଏନକ୍ଲୋଜର ଟିକେଟ୍ ପାଇଁ ମାଗୁଛନ୍ତି ୧୦ ହଜାର ଟଙ୍କା । ଶୁଣନ୍ତୁ ଦଲାଲଙ୍କ ସହ ଆମ ରିପୋର୍ଟରଙ୍କ କଣ ରହିଥିଲା ବାର୍ତ୍ତାଳପ...
୧ନଂ ଏବଂ ୩ନଂ ଗ୍ୟାଲେରୀ ପାଇଁ ଥିବା ୧୧ ଶହ ଟଙ୍କାକୁ ୬ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ଦଲାଲ । ଏମିତିକି ୫ଟା ନେଲେ ଡିସକାଉଣ୍ଟ ମିଳିବ ବୋଲି କହୁଛନ୍ତି। ଟିକେଟ ପିଛା ୫ଶହ ଟଙ୍କା କମିଶନ ମିଳୁଥିବା କହିଛନ୍ତି ବ୍ରୋକର୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/05/barabati-ticket-rush-2025-12-05-13-38-43.jpg)