Advertisment

Chaos Again in Lingaraj Temple: କାଲି ଦିନସାରା ଉପବାସ ପରେ..... ଆଜି ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ

ମହାକାର୍ତ୍ତିକରେ ମହାବିଭ୍ରାଟ। ଖାଡ଼ା ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ। କାଲି ଦିନ ସାରା ଉପାସ ପରେ ଆଜି ସ୍ବାଭାବିକ ହୋଇଛି ନୀତିକାନ୍ତି । ଏମିତିକି କାର୍ତ୍ତିକ ମାସରେ ଲିଙ୍ଗରାଜଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି।

ଅଦ୍ୟତନ ହୋଇଛି
LINGARAJ_TEMPLE

LINGARAJ_TEMPLE Photograph: (OTV)

Advertisment

ମହାକାର୍ତ୍ତିକରେ ମହାବିଭ୍ରାଟ। ଖାଡ଼ା ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ। କାଲି ଦିନ ସାରା ଉପାସ ପରେ ଆଜି ସ୍ବାଭାବିକ ହୋଇଛି ନୀତିକାନ୍ତି । ଏମିତିକି କାର୍ତ୍ତିକ ମାସରେ ଲିଙ୍ଗରାଜଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି। ଗତକାଲି ସମର୍ଥା ସେବାୟତଙ୍କ ନିଅଂଶ ପାଳିରେ ଥିବା ସେବାୟତ କାମରେ ସାମିଲ ହେଲେ ନାହିଁ। ଯାହାର ପରିଣାମ ସ୍ୱରୂପ ପ୍ରଭୁଙ୍କ ନୀତି ବନ୍ଦ ହେବା ସହ ଉପାସରେ ରହିଲେ ଲିଙ୍ଗରାଜ। ଧର୍ମ ମାସରେ ନା ଅବଢ଼ା ବାହାରିଥିଲା, ନା ମନ୍ଦିରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ନୀତି ହୋଇପାରିଥିଲା। ଯାହାକୁ ନେଇ ଆସନ୍ତୋଷ ବ୍ୟକ୍ତ କରିଛନ୍ତି ହବିଷ୍ୟାଳି ଏବଂ ଶ୍ରଦ୍ଧାଳୁ। ଆତ୍ମ ସ୍ବାର୍ଥ ପାଇଁ କାହିଁକି ସେବାୟତ ନୀତି ବନ୍ଦ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସକୁ ଦାୟୀ କରିଛନ୍ତି। 

Advertisment

ଏଠି ପ୍ରଶ୍ନ ଉଠୁଛି ପ୍ରତି କିଛି ମାସ ଅନ୍ତରାଳରେ କାହିଁକି ବାରମ୍ବାର ଲିଙ୍ଗରାଜ ମନ୍ଦିରରେ ଉପୁଜୁଛି ଏଭଳି ସ୍ଥିତି ? ଲିଙ୍ଗରାଜ ମନ୍ଦିରରେ ଥିବା ଛତିଶା ନିଯୋଗ ମଧ୍ୟରେ କାହିଁକି ସମନ୍ୱୟ ରକ୍ଷା କରିବାରେ ବିଫଳ ହେଉଛି ମନ୍ଦିର ପ୍ରଶାସନ ? ମହାପ୍ରଭୁଙ୍କ ସେବା ଏବଂ ନୀତିରେ ଖିଲାପ କରୁଥିବା ସେବାୟତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହିଁ ମନ୍ଦିର ପ୍ରଶାସନ ? କେବେ ବାହାରିବ ଏହାର ସ୍ଥାୟୀ ସମାଧାନର ବାଟ ? ଆଉ କେବେ ଆସିବ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ୍ ?  ତେବେ ଏ ଦିଗରେ ମନ୍ଦିର ପ୍ରଶାସନ ବିଚାର ବିମର୍ଶ କରୁଥିବା ବେଳେ ମନ୍ଦିରର ନୀତିକାନ୍ତିରେ ଯେଭଳି ସମସ୍ୟା ସୃଷ୍ଟି ନହୁଏ ସେ ଦିଗରେ ମନ୍ଦିର ପ୍ରଶାସନ କାମ କରୁଥିବା କହିଛନ୍ତି ଖୋର୍ଦ୍ଧା ଏଡିଏମ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ