b1
ଭୁବନେଶ୍ୱର: ପୁଣି ରାଜଧାନୀରୁ ବ୍ରାଉନ୍ ସୁଗାର ଜବତ ହୋଇଛି। ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ଅଞ୍ଚଳରୁ ଅବକାରୀ ବିଭାଗ ୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ତେବେ ଏଠାରେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଘଟଣାରେ ଜଣେ ବିଟେକ୍ ଛାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଛାତ୍ରଙ୍କ ଘର ଜଗତସିଂହପୁର ଜିଲ୍ଲାରେ।
ସେ ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ପାଠ ପଢୁଥିବା ବେଳେ ବ୍ରାଉନ୍ ସୁଗାର ମୋଟର୍ ସାଇକେଲ୍ରେ ରଖି ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।
ଏହି ଅଞ୍ଚଳରେ କଲେଜ ଛାତ୍ରମାନେ ବ୍ରାଉନ୍ ସୁଗାର ବ୍ୟବହାର କରୁଥିବା ଖବର ପାଇ କଟକ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଆଜି ପଟିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଛାତ୍ର ଏହାକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/b1-6_1626417276.jpg)