nabin
ଭୁବନେଶ୍ୱର: କାଳିଆ ଯୋଜନା ବନ୍ଦ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପ୍ରଚାର ବେଳେ ନବୀନ କହିଛନ୍ତି ଯେ ସେ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି।
ପୁଣି ଥରେ ଭୋଟରଙ୍କୁ କାଳିଆ ଯୋଜନାର ପ୍ରଲୋଭନ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି , ଶାସନକୁ ଫେରିବା ପରେ ୧୦ ହଜାର ଚାଷୀଙ୍କୁ ପ୍ରଥମେ ଦୁଇଟି କିସ୍ତି ଟଙ୍କା ଏକା ସଙ୍ଗେ ମିଳିବ।
ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଉ କୌଣସି ପ୍ରସଙ୍ଗ ନାହିଁ। ଜାଣିଶୁଣି, ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ନାଁରେ ଅଭିଯୋଗ କରି ବିଜେଡି ଭୋଟ୍ ମାଗୁଛି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nabin-2_1626342314.jpg)