Advertisment

ଧୂମ୍‌ଧାମ୍‌ରେ ସରିଲା ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ରଜ ଉତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ବି ଦୋଳି ଖେଳ ସାଙ୍ଗକୁ ସୁଆଦିଆ ପିଠା ଓ ପାନରେ ମହକୁଛି ପରିବେଶ। ବ୍ରହ୍ମପୁରରେ ଦିବ୍ୟାଙ୍ଗ ଉତ୍ସବ ପାଳିଥିବା ବେଳେ ନିଜ ନିଜ ଅଞ୍ଚଳରେ ଆୟୋଜିତ ରଜ ଉତ୍ସବରେ ସାମିଲ ହୋଇଥିଲେ ରାଜନେତା। ରଜ ସହ ସୁଆଦିଆ ମିଠା ପାନର ସମ୍ପର୍କ ବେଶ୍ ନିବିଡ଼। ୧୦-୧୨ ପ୍ରକାର ମସଲା ପଡ଼ିଥିବା ସୁଆଦିଆ ପାନ ଖଣ୍ଡେ ଖାଇ ମନ ପୂରିବା ଯାଏଁ ଦୋଳି […]

ଧୂମ୍‌ଧାମ୍‌ରେ ସରିଲା ରଜ ସଂକ୍ରାନ୍ତି

6

Advertisment

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ରଜ ଉତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ବି ଦୋଳି ଖେଳ ସାଙ୍ଗକୁ ସୁଆଦିଆ ପିଠା ଓ ପାନରେ ମହକୁଛି ପରିବେଶ। ବ୍ରହ୍ମପୁରରେ ଦିବ୍ୟାଙ୍ଗ ଉତ୍ସବ ପାଳିଥିବା ବେଳେ ନିଜ ନିଜ ଅଞ୍ଚଳରେ ଆୟୋଜିତ ରଜ ଉତ୍ସବରେ ସାମିଲ ହୋଇଥିଲେ ରାଜନେତା।

Advertisment

ରଜ ସହ ସୁଆଦିଆ ମିଠା ପାନର ସମ୍ପର୍କ ବେଶ୍ ନିବିଡ଼। ୧୦-୧୨ ପ୍ରକାର ମସଲା ପଡ଼ିଥିବା ସୁଆଦିଆ ପାନ ଖଣ୍ଡେ ଖାଇ ମନ ପୂରିବା ଯାଏଁ ଦୋଳି ଖେଳର ମଜା। ଉପକୂଳ ଓଡ଼ିଶାର ଗଣପର୍ବ ରଜ ଉତ୍ସବ ଗତକାଲିଠୁ ଆରମ୍ଭ ହୋଇଥିଲେ ବି ଆଜି ସଂକ୍ରାନ୍ତିରେ ଦେଖିବାକୁ ମିଳିଛି ସ୍ୱତନ୍ତ୍ର ଉତ୍ସାହ । କାଲି ଭଳି ଆଜି ସକାଳୁ ବି ନୂଆ ଲୁଗା ପିନ୍ଧି, ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ କୁନି ଝିଅଙ୍କଠୁ ଓ ମହିଳାଙ୍କ ଯାଏଁ ସମସ୍ତେ ଏକାଠି ହୋଇଥିଲେ ଦୋଳି ପାଖରେ।  ଗାଁଠୁ ସହର, କେଇ ଖଣ୍ଡ ବାଉଁଶ ଦୋଳିଠୁ ଶହଶହ ଦୋଳି ବନ୍ଧାଥିବା ଏଭଳି ବିଶାଳ ଆୟୋଜନ ଯାଏଁ, ସବୁଠି ଶୁଭିଥିଲା ସେଇ ଏକା ସ୍ୱର଼ “ବନସ୍ତେ ଡାକିଲା ଗଜ...”।

କେବଳ ପାନ କି ଦୋଳି ନୁହେଁ, ରଜ ଉତ୍ସବକୁ ଆହୁରି ଜମେଇ ଦେଉଛି ଭଳିକି ଭଳି ପିଠା ଓ ମିଠା। ମହିଳାମାନେ ଏକାଠି ହୋଇ ନିଜ ନିଜ ଭିତରେ ହାତ ତିଆରି ପିଠା ବାଣ୍ଟିଛନ୍ତି । ଝିଅମାନେ ପୁଚି, ମୁରୁଜ, ମେହେନ୍ଦି ଖେଳରେ ମଜ୍ଜିଛନ୍ତି । ପୁରୁଷମାନେ ବି ତାସ୍, କବାଡ଼ି ଆଦି ଖେଳି ମଜା ଉଠାଉଛନ୍ତି।

Advertisment

ବ୍ରହ୍ମପୁରରେ କିନ୍ତୁ ରଜରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । କେବେ ଦୁନିଆର ଆଲୋକ ଦେଖି ନ ଥିବା ଦୃଷ୍ଟିହୀନ ବାଳିକା ଆଶ୍ରମର ଅନ୍ତେବାସୀ ଏଠି ରଜ ପାଳି ଖୁସି ମନାଇଥିଲେ। କେନ୍ଦୁଝର ରିଜର୍ଭ ପୋଲିସ କ୍ୟାମ୍ପସ୍‌ର ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପରିବାରବର୍ଗ ରଜ ପାଳିଥିଲେ ଗରିବ ପିଲାଙ୍କ ସହ।  ସେପଟେ ରାଜନେତାମାନେ ବି ପଛରେ ପଡ଼ି ନ ଥିଲେ । ରଜ ମଉଜରୁ  ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ରଜ ଗୀତ ଗାଇଥିବା ବେଳେ ଛତିଆରେ ଦୋଳିରେ ଝୁଲିଥିଲେ ବଡ଼ଚଣା ବିଧାୟକ ଅମର ଶତପଥି।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ