Advertisment

High-Tech Vigil: ପ୍ରଥମ କରି ପ୍ରଶ୍ନପତ୍ର ହବ୍ ଜଗିବ ସିସିଟିଭି ସହ AI କ୍ୟାମେରା, ପ୍ଲସ ଟୁ କାଉନସିଲର ରହିବ ସିଧାସଳଖ ନିୟନ୍ତ୍ରଣ ବ୍ୟବସ୍ଥା

ଚଳିତ ବର୍ଷ ପ୍ରଥମକରି ପ୍ରଶ୍ନପତ୍ର ହବକୁ ଜଗିବ ସିସିଟିଭି ସହ AI କ୍ୟାମେରା । ଯାହାର ନିୟନ୍ତ୍ରଣ ସିଧାସଳଖ ପ୍ଲସ ଟୁ କାଉନସିଲରେ ହିଁ ରହିବ । କଡ଼ା ସୁରକ୍ଷାରେ ହବରୁ ପ୍ରଶ୍ନପତ୍ର ନେବା ଠାରୁ ପ୍ରଶ୍ନପତ୍ର ଖୋଲାଯିବା ପର୍ଯ୍ୟନ୍ତ ସିଧାସଳଖ ଲାଇଭ ଷ୍ଟ୍ରିମିଂ କରାଯିବ।

PLUS TWO EXAM

PLUS TWO EXAM Photograph: (OTV)

Advertisment

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଚଳିତ ବର୍ଷ ପ୍ରଥମକରି ପ୍ରଶ୍ନପତ୍ର ହବକୁ ଜଗିବ ସିସିଟିଭି ସହ AI କ୍ୟାମେରା । ଯାହାର ନିୟନ୍ତ୍ରଣ ସିଧାସଳଖ ପ୍ଲସ ଟୁ କାଉନସିଲରେ ହିଁ ରହିବ । କଡ଼ା ସୁରକ୍ଷାରେ ହବରୁ ପ୍ରଶ୍ନପତ୍ର ନେବା ଠାରୁ ପ୍ରଶ୍ନପତ୍ର ଖୋଲାଯିବା ପର୍ଯ୍ୟନ୍ତ ସିଧାସଳଖ ଲାଇଭ ଷ୍ଟ୍ରିମିଂ କରାଯିବ। ପରୀକ୍ଷାକୁ ସ୍ବଚ୍ଛ ଏବଂ ନିରପେକ୍ଷ ଭାବେ କରିବା ପାଇଁ ଲକ୍ଷ୍ୟ ରଖିଛି ସିଏଚଏସଇ।

Advertisment

ଏଥିପାଇଁ ପାଞ୍ଚଟି ସ୍ତରରେ ୧୦୨ଟି ସ୍କ୍ବାଡ୍ ଗଠନ କରାଯାଇଛି । ଆଜି ସକାଳ ୯ଟା ୩୦ ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାଇଁ ପରାମର୍ଶ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ।  ଚଳିତ ବର୍ଷ ରାଜ୍ୟରେ ୪ ଲକ୍ଷ ୧ ହଜାର ୬୨୩ ପରୀକ୍ଷାର୍ଥୀ ପ୍ଲସ୍ ଟୁ ପରୀକ୍ଷା ଦେବାକୁ ଯାଉଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୮ ଯାଏଁ ଚାଲିବ।... 

 ଆଜିଠୁ +୨ ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା
ସକାଳ ୯ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ
ପ୍ରଥମ କରି ପ୍ରଶ୍ନପତ୍ର ହବ୍ ଜଗିବ ସିସିଟିଭି ସହ AI କ୍ୟାମେରା
ପ୍ଲସ ଟୁ କାଉନସିଲର ରହିବ ସିଧାସଳଖ ନିୟନ୍ତ୍ରଣ ବ୍ୟବସ୍ଥା
ହବରୁ ପ୍ରଶ୍ନପତ୍ର ନେବାଠୁ ଖୋଲିବା ଯାଏଁ ସବୁର ହେବ ଲାଇଭ୍ ଷ୍ଟ୍ରିମିଂ
ପରୀକ୍ଷାକୁ ସ୍ବଚ୍ଛ ଏବଂ ନିରପେକ୍ଷ କରିବାକୁ CHSEର ଲକ୍ଷ୍ୟ 
ଏ ବର୍ଷ ପରୀକ୍ଷା ଦେଉଛନ୍ତି ୪ ଲକ୍ଷ ୧ ହଜାର ୬୨୩ ପରୀକ୍ଷାର୍ଥୀ

Advertisment
AI Plus Two Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ