Advertisment

CBI to Investigate Police SI Exam Irregularities: ପୋଲିସ SI ପରୀକ୍ଷା କେଳେଙ୍କାରୀ, ପ୍ରକାଶ ପାଇଲା CBI ତଦନ୍ତ ବିଜ୍ଞପ୍ତି

ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ CBI ତଦନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । CBI ତଦନ୍ତ ନେଇ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । CBI ତଦନ୍ତ ବିଜ୍ଞପ୍ତି ପରେ ଅଭିଯୁକ୍ତଙ୍କ ଛାତି ଧଡ଼ଧଡ଼ ।

CBI

CBI Photograph: (OTV)

Advertisment

ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ CBI ତଦନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । CBI ତଦନ୍ତ ନେଇ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । CBI ତଦନ୍ତ ବିଜ୍ଞପ୍ତି ପରେ ଅଭିଯୁକ୍ତଙ୍କ ଛାତି ଧଡ଼ଧଡ଼ ।

Advertisment

ପୋଲିସ SI ଚାକିରି ଦୁର୍ନୀତିର ଚେର ଖୋଜିବ CBI । CBI ତଦନ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । SI ଚାକିରି ଦୁର୍ନୀତିରେ ୧୧୪ ଜଣ ଜାମିନ ପାଇଛନ୍ତି ।  ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସହ ଏକାଧିକ ଦଲାଲ ଗିରଫ ହୋଇଛନ୍ତି ।  CBI ପୋଲିସ SI ପରୀକ୍ଷା କେଳେଙ୍କାରୀର ପର୍ଦ୍ଦାଫାସ୍ କରିବ ।

CBIକୁ ତଦନ୍ତ ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ । ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଛି ।

Advertisment

ଉତ୍ତରାଖଣ୍ଡରୁ ଧରା ହୋଇଥିଲା ଶଙ୍କର 

ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । କିଛି ଦିନର ଲୁଚକାଳି ପରେ ଧରାପଡ଼ିଥିଲା ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ତାକୁ ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇଥିଲା।

କେଳେଙ୍କାରୀ ପର୍ଦ୍ଦାଫାସ ପରଠୁ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଫେରାର ଥିଲା ଶଙ୍କର ପୃଷ୍ଟି । ସେ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ ଯୋଜନା କରିଥିଲା। ତାକୁ ଧରିବା ପାଇଁ ସବୁ ବଳ ଲଗାଇ ଦେଇଥିଲା କ୍ରାଇମବ୍ରାଞ୍ଚ ସହ ପୋଲିସ। 

Advertisment

ପଞ୍ଚ୍ ସଫ୍ଟ୍ କମ୍ପାନୀର ମୁଖ୍ୟ ଥିଲା ଗଂଜାମର ଶଙ୍କର ପୃଷ୍ଟି। ଏହି ମାମଲାରେ ଶଙ୍କର ପୃଷ୍ଟିକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପରେ ସେମାନେ ଜେଲରୁ ବାହାରି ସାରିଛନ୍ତି। କିନ୍ତୁ ଅଭିଯୁକ୍ତ ମୁନା ମହାନ୍ତି ସମେତ ୯ ଦଲାଲ ଏବେ ବି ଜେଲରେ ଅଛନ୍ତି। ଏତେ ବଡ଼ କେଳେଙ୍କାରୀ ମାମଲାରେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ବି ସୁପାରିସ କରିଥିଲେ। 

CBI Recruitment Scam Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ