Advertisment

Caste Discrimination Exposed: ବଞ୍ଚିରହିଛି କୁତ୍ସିତ ଜାତିପ୍ରଥା, ସ୍ୱାମୀର ଶବକୁ ଜଗିଛି ସ୍ତ୍ରୀ

ସ୍ୱାମୀର ଶବକୁ ଜଗିଛି ସ୍ତ୍ରୀ... ୨ ଦିନ ହେଲାଣି, ଅଛୁଆଁ ଜାତି ବୋଲି କହି ଉଠାଉନାହାନ୍ତି ମୃତଦେହ । ସାହିଭାଇ କାନ୍ଧ ଦେବେ କଣ, କେହି ଛୁଁ ନାହାନ୍ତି । ଗୋଟିଏ ବୋଲି ପୁଅ, ସିଏ ବି ବାପାର ମୃତ୍ୟୁ ଖବର ଶୁଣିବା ପରେ ଧାଇଁ ଆସୁନି ।

Wife

Wife Photograph: (OTV)

Advertisment

ସ୍ୱାମୀର ଶବକୁ ଜଗିଛି ସ୍ତ୍ରୀ... ୨ ଦିନ ହେଲାଣି, ଅଛୁଆଁ ଜାତି ବୋଲି କହି ଉଠାଉନାହାନ୍ତି ମୃତଦେହ । ସାହିଭାଇ କାନ୍ଧ ଦେବେ କଣ, କେହି ଛୁଁ ନାହାନ୍ତି । ଗୋଟିଏ ବୋଲି ପୁଅ, ସିଏ ବି ବାପାର ମୃତ୍ୟୁ ଖବର ଶୁଣିବା ପରେ ଧାଇଁ ଆସୁନି । ଆଉ ଏ ଅସହାୟ ମହିଳା ଜଣକ ବା କ'ଣ କରିପାରନ୍ତା । ଆଖିର ଲୁହକୁ ଛାତିରେ ଚାପି ରାତିଦିନ ମଲା ସ୍ୱାମୀକୁ ଜଗିବସିଛି । ଏବେ ପାଗେଳି ପ୍ରାୟ ହୋଇଗଲାଣି ।... 
ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଧlନସିମୁଳିଆ  ଗ୍ରାମର ଏ ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଲଜ୍ଜାଜନକ ମଧ୍ୟ । ଆଜିର ସଭ୍ୟ ସମାଜରେ ଏବେ ବି ବଞ୍ଚିରହିଛି କୁତ୍ସିତ ଜାତିପ୍ରଥା ।
ଧାନସିମୁଳିଆ ଗାଁର ବିଶ୍ଵନାଥ ଦେହୁରୀ । ସେ ମୟୂରଭଞ୍ଜର ମୂଳ ବାସିନ୍ଦା ହୋଇଥିବା ବେଳେ ଅନେକ ବର୍ଷ ତଳୁ ଏହି ଗାଁକୁ ଚାଲିଆସିଥିଲେ । ଆଉ ଏଇଠି କାମଧନ୍ଦା କରି ଚଳୁଥିଲେ ।

Advertisment

କାଲି ବିଲରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ ବିଶ୍ୱନାଥ । ଅପରାହ୍ନ ୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ଜାତିପ୍ରଥା ଯୋଗୁଁ ତାଙ୍କର ମୃତଦେହକୁ କାନ୍ଧଦେବାକୁ ରାଜି ହୋଇନଥିଲେ ଗାଁ ଲୋକେ । ଫଳରେ ଦୁଇ ଦିନ ହେଲା ଶବସତ୍କାର ହୋଇପାରୁନି ।

ସେପଟେ ବାହାର ରାଜ୍ୟରେ କାମ କରୁଥିବା ଏକମାତ୍ର ପୁଅକୁ ବି  ଖବର ଦିଆଯାଇଥିଲା । ହେଲେ ବାପାର ଅନ୍ତିମ ସତ୍କାର ପାଇଁ ଯାଇପାରିବନି ବୋଲି ରୋକଠୋକ୍ ଶୁଣାଇ ଦେଲା ପୁଅ । ଆଉ ବାକି ରହିଲେ ତାଙ୍କ ସ୍ତ୍ରୀ । ସେ ଏକୁଟିଆ କଣ ବା କରନ୍ତେ, ଦୁଇ ଦିନ ହେଲାଣି ପିଣ୍ଡାରେ ସ୍ୱାମୀର ନିର୍ଜୀବ ଶରୀରଟାକୁ ସେମିତି ଜଗି ବସିଥିଲା ।

Advertisment

ଏ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନ 'ହେଲ୍ପ ଫର୍ ୟୁ' ଏହି ଅସହାୟ ପରିବାର ପାଖରେ ପହଞ୍ଚିଥିବା ଜଣାପଡିଛି । ମୃତକଙ୍କ ଅନ୍ତିମ ସତ୍କାର ପାଇଁ ଉଦ୍ୟମ ଆରମ୍ଭ କରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି, ଆମେ କେମିତିକା ସଭ୍ୟ ସମାଜରେ ବଞ୍ଚୁଛେ ? ଯେଉଁଠି ମୃତ୍ୟୁ ପରେ ବି ପିଛା ଛାଡୁନି ଜାତିପ୍ରଥା । ସେ ଜନ୍ମକଲା ପୁଅକୁ ବି ଧିକ୍ ବୋଲି କହୁଛନ୍ତି ସ୍ଥାନୀୟ ଲୋକ !  

Husband Wife Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ