Advertisment

Car Driver Hits Security Guard: ସିକ୍ୟୁରିଟି ଗାର୍ଡଙ୍କୁ କାରରେ ଉଡାଇଦେବାକୁ ଉଦ୍ୟମ, କାର୍ ଚାଳକ ଗିରଫ

ସିକ୍ୟୁରିଟି ଗାର୍ଡଙ୍କୁ କାରରେ ଉଡାଇଦେବାକୁ ଉଦ୍ୟମ। ବଡ଼ବିଲ ସହର ରାମା ପେଟ୍ରୋଲ ପମ୍ପ୍ ପାଖରେ ଦୁର୍ଘଟଣା। ନୋ ଏଣ୍ଟ୍ରି ରୁଟରେ ଯିବାବେଳେ ଅଟକାଇଥିଲେ ସିକ୍ୟୁରିଟି ଗାର୍ଡ। ସିକ୍ୟୁରିଟି ଗାର୍ଡଙ୍କୁ ଧକ୍କା ଦେଇଥିଲା କାର୍। କାର୍ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ।

Car Driver Hits Security Guard

ସିକ୍ୟୁରିଟି ଗାର୍ଡଙ୍କୁ କାରରେ ଉଡାଇଦେବାକୁ ଉଦ୍ୟମ Photograph: (OTV)

Advertisment

ନୋ ଏଣ୍ଟ୍ରି ରୁଟରେ ଗାଡି ପୁରାଇଲେ ଯୁବକ, ସିକ୍ୟୁରିଟି ଗାର୍ଡ ଅଟକାଇବାରୁ ତାଙ୍କୁ କାରରେ ଉଡାଇଦେବାକୁ ଉଦ୍ୟମ। ବଡ଼ବିଲ ସହରର ବାଟା ଛକରେ ଏକ କାର୍ ନିୟମ ଉଲ୍ଲଂଘନ କରି ନୋ ଏଣ୍ଟ୍ରି ରୁଟ୍ ରେ ଯିବା ବେଳେ ଅଟକାଇଥିଲେ ଟ୍ରାଫିକ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ। ସେଠାରେ କାର୍ ଚାଳକ ତାଙ୍କୁ ଗାଳି ଗୁଲଜ କରି ଚାଲିଯାଇଥିଲେ। ସେଠାରୁ କିଛି ଆଗରେ ରାମା ପେଟ୍ରୋଲ ପମ୍ପ୍ ନିକଟରେ ନିୟୋଜିତ ଥିବା ସହଯୋଗୀ ସିକ୍ୟୁରିଟି ଗାର୍ଡ଼ ଦୀପକ କୁମାର ଲାଲ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। 

Advertisment

ସେତେବେଳେ କାର ଚାଳକ ତାଙ୍କୁ ଧକ୍କା ଦେଇଥିଲେ। ଦୀପକ କିଛି ବାଟ ଛିଟିକି ପଡିଥିଲେ। ଏଥିରେ ସିକ୍ୟୁରିଟି ଗାର୍ଡ ଗୁରୁତର ଭାବେ ଆହତ ହୋଇଛନ୍ତି। କାରଟି ଘଟଣାସ୍ଥଳରୁ ଫେରାର ହେବା ବେଳେ କାବୁ କରିଥିଲେ ସ୍ଥାନୀୟ ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହ କାର ଚାଳକ ବିକି ପ୍ରସାଦ ଗୁପ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ବିକିଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି।

  • ସିକ୍ୟୁରିଟି ଗାର୍ଡଙ୍କୁ କାରରେ ଉଡାଇଦେବାକୁ ଉଦ୍ୟମ
  • ବଡ଼ବିଲ ସହର ରାମା ପେଟ୍ରୋଲ ପମ୍ପ୍ ପାଖରେ ଦୁର୍ଘଟଣା
  • ନୋ ଏଣ୍ଟ୍ରି ରୁଟରେ ଯିବାବେଳେ ଅଟକାଇଥିଲେ ସିକ୍ୟୁରିଟି ଗାର୍ଡ
  • ସିକ୍ୟୁରିଟି ଗାର୍ଡଙ୍କୁ ଧକ୍କା ଦେଇଥିଲା କାର୍
  • କାର୍ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ
Advertisment
Odisha Accident Accident Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ