1
ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସର୍ଦଳା ନିକଟରେ ଗୋଟିଏ ଚଳନ୍ତା କାରରେ ନିଆଁ ଲାଗି କାରଟି ସମ୍ପୁର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି।
ଏହି କାରରେ ବାଲେଶ୍ୱରର ସୋରରୁ ନାସୀମା ଖାତୁନ, ତାଙ୍କ ପୁଅ ଓ ଡ୍ରାଇଭର ସମୁଦାୟ ୩ଜଣ କଟକ ବଡ଼ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଷଣ୍ଢ ପଶି ଯିବାରୁ କାର୍ ଚାଳକ ଭାରସାମ୍ୟ ହରାଇ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଥିରେ ନିଆଁ ଲାଗିଯାଇଥିଲା।
ତେବେ ବହୁ କଷ୍ଟରେ ଗାଡ଼ିରୁ ସମସ୍ତେ ବାହାରି ଯାଇଥିବାରୁ ସମସ୍ତଙ୍କ ଜୀବନ ରକ୍ଷା ହୋଇଯାଇଛି। କିନ୍ତୁ ଗାଡ଼ିଟି ଜଳି ପାଉଁଶ ହୋଇଯାଇଛି। ଖବର ପାଇ ଚୌଦ୍ୱାର ଅଗ୍ନିଶମ ବିଭାଗ ଓ ଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ତିତିର ସମୀକ୍ଷା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-10_1625046303.jpg)