BBSR Photograph: (OTV)
ବଦଳିଯିବ ଜୟଦେବ ବିହାର-ନନ୍ଦନକାନାନ ରୋଡର ରୂପରେଖ। ରାଜଧାନୀର ଏହି ରାସ୍ତାରେ ଟ୍ରାଫିକ୍ ଜାମ୍ ଓ ଭିଡ଼ ଯନ୍ତ୍ରଣାରୁ ମୁକ୍ତି ମିଳିବ। ଜୟଦେବ ବିହାରରୁ ନନ୍ଦନକାନାନ ଯାଏଁ ହେବ ଏଲିଭେଟେଡ଼ କରିଡର୍। ଆଜି ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ପ୍ରକଳ୍ପ ଅନୁଯାୟୀ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ ଏବଂ କିଟ୍ ଛକରେ ଫ୍ଲାଏ ଓଭର ନିର୍ମାଣ ହେବ। ଜୟଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି। ରାସ୍ତାର ଦୁଇ ପାର୍ଶ୍ବରେ ଲାଗିବ ୨୨ ହଜାର ୪୧୦ ଗଛ। ୯୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ରୋଡ। ଫ୍ଲାଏ ଓଭର୍ ତଳେ ଦୁଇ ପଟରେ ଚଉଡ଼ା ରାସ୍ତା ରହିବ। ଫଳରେ ଯିଏ ଦୂରକୁ କିମ୍ବା ସିଧା ନନ୍ଦନକାନନ ଯାଏଁ ଯିବାକୁ ଚାହୁଁଛି ସିଏ ଅନାୟସରେ ଯାଇପାରିବ। ...
ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଜୟଦେବ ବିହାରରେ ହେବ ୪ ଲେନ୍ କେବୁଲ୍ ଷ୍ଟେ ବ୍ରିଜ୍
ରାସ୍ତାର ଦୁଇ ପାର୍ଶ୍ବ ଲାଗିବ ୨୨ ହଜାର ୪୧୦ ଗଛ
ଏଲିଭେଟେଡ଼ କରିଡ଼ରରେ ଖର୍ଚ୍ଚ ହେବ ୯୫୨ କୋଟି ଟଙ୍କା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/12/bbsr-2026-01-12-20-40-44.jpg)