SURVICAL-CANCER-VACCINE Photograph: (OTV)
ହାରିବ ସର୍ଭିକାଲ୍ କ୍ୟାନସର
ଭ୍ୟାକସିନ୍ ନେବେ, ସୁରକ୍ଷିତ ରହିବେ କିଶୋରୀ
ସୁରକ୍ଷା କବଚ ସାଜିବ HPV ଟୀକା
ପ୍ରାଣଘାତୀ ଜରାୟୁ କର୍କଟ ପାଇଁ ଟୀକାକରଣ ଅଭିଯାନ
ଆସନ୍ତା ୨୮ରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ମାରାତ୍ମକ ସର୍ଭିକାଲ୍ କ୍ୟାନସରକୁ ନେଇ ଖୁସି ଖବର ପରେ କିଶୋରୀଙ୍କ ମୁହଁରେ ହସ ଫୁଟିଛି। ୨୮ରୁ ସାରା ଦେଶରେ ଟୀକାକରଣ ଅଭିଯାନର ପିଏମ୍ ମୋଦି ଶୁଭାରମ୍ଭ କରିବେ। ଓଡ଼ିଶାରେ ମଧ୍ୟ ଆରମ୍ଭ ହେବ ଟୀକାକରଣ। ଏନେଇ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଦିଆଯିବ। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ଦିଆଯିବ ୩ଟି ଡୋଜ୍।
କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଭାବରେ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରିଛି। ମେ ୨୮ ଭିତରେ ତିନି ମାସ ଧରି ଚାଲିବ ଟୀକାକରଣ। ଏହି ସମୟ ଭିତରେ ରାଜ୍ୟର ଅଢେଇ ଲକ୍ଷ କିଶୋରୀଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟୀକାକାରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ କିଶୋରୀଙ୍କୁ ଚିହ୍ନଟ ପାଇଁ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ...
ମହିଳାଙ୍କ ପାଇଁ ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ସାଜିଥିବା ସର୍ଭିକାଲ୍ କ୍ୟାନସର ବା ଜରାୟୁ କର୍କଟର ମୂଳୋତ୍ପାଟନ ପାଇଁ କମର କସିଛନ୍ତି ସରକାର। ୧୪ବର୍ଷ ବୟସରୁ ମହିଳାଙ୍କ ଗର୍ଭଧାରଣ କ୍ଷମତା ସୃଷ୍ଟି ହେଉଥିବାରୁ ସର୍ଭିକାଲ୍ କ୍ୟାନ୍ସରରୁ ରକ୍ଷା ପାଇଁ HPV ଟୀକା ଜୀବନ ରକ୍ଷାକାରୀ ହେବ। ପୂର୍ବରୁ ଏହା ଘରୋଇ ହସ୍ପିଟାଲରେ ମିଳୁଥିଲା। ଏବେ ମାଗଣାରେ କୋଲଡ଼ ଚେନ ଥିବା ସରକାରୀ ହସ୍ପିଟାଲରେ ମିଳିବ। ମହିଳା ଜନସଂଖ୍ୟାର ୧%ଙ୍କୁ ଦିଆଯିବ ଜରାୟୁ କର୍କଟ ଟୀକା। ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ।
କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ତଥ୍ୟ ଅନୁସାରେ ଭାରତୀୟ ମହିଳାଙ୍କୁ ହେଉଥିବା କର୍କଟ ରୋଗର ୧୮.୩ ପ୍ରତିଶତ ହେଉଛି ସର୍ଭିକାଲ କ୍ୟାନସର୍। ବ୍ରେଷ୍ଟ ଓ ଓଭାରିଆନ କ୍ୟାନସର ପରେ ଏହା ତୃତୀୟ ସ୍ଥାନରେ ରହିଛି। ୨୦୨୦ରେ ସାରା ବିଶ୍ୱରେ ୬ ଲକ୍ଷ ୪ ହଜାର ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୪୨ ହଜାର ମହିଳାଙ୍କର ମୃତ୍ୟୁ ହୋଇଛି। ଦୀର୍ଘଦିନ ଧରି ଜଣଙ୍କଠାରେ ହାଇରିସ୍କ ହ୍ୟୁମାନ ପପିଲୋମା ଭାଇରସ୍ ପରବର୍ତ୍ତୀ ସମୟରେ ଜରାୟୁ କର୍କଟ ରୋଗ ସୃଷ୍ଟି କରିଥାଏ।
ଯୌନକ୍ରିୟା ଜରିଆରେ ସଂକ୍ରମଣ
HPV ୯୦% ସର୍ଭିକାଲ କ୍ୟାନସରର କାରଣ। ଭାଇରସ୍ ସାଧାରଣତଃ ଯୌନକ୍ରିୟା ଜରିଆରେ ସଂକ୍ରମଣ ହୋଇଥାଏ। ବାରମ୍ବାର ସଂକ୍ରମଣ ହେଲେ ନେଇଥାଏ କ୍ୟାନସର ରୂପ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଷ୍ଠୀସ୍ତରରେ କେତେ ସଂଖ୍ୟକ ମହିଳାଙ୍କଠାରେ HPV ରହିଛି ତାହା ଜାଣିବା ଗୁରୁତ୍ୱପୂର୍ଣ। ଦେଶରେ ପ୍ରତି ୮ ମିନିଟରେ ଜରାୟୁ କର୍କଟରେ ଜଣଙ୍କର ମୃତ୍ୟୁ ହେଉଛି। ଏହି କମନ ପପିଲୋମା ଭାଇରସର କେତେଗୁଡ଼ିଏ ଷ୍ଟ୍ରେନ ରହିଛି। ଯାହା ଟୀକା ଦ୍ୱାରା ନିହତ ହୋଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।...
ଗର୍ଭ ନିରୋଧ ପାଇଁ ହରମୋନ ବ୍ୟବହାର କରୁଥିବା ମହିଳାଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ଲଗାତର ତଳିପେଟରେ ଯନ୍ତ୍ରଣା, ଅଣ୍ଟା ବ୍ୟାଥା ସର୍ଭିକାଲ କ୍ୟାନସର ଲକ୍ଷଣ ହୋଇପାରେ। ଏଥିରେ ଆକ୍ରାନ୍ତଙ୍କ ଓଜନ ସହ ଭୋକ କମିଯାଏ। ହାଲିଆ ଲାଗେ, ଗୋଡ଼ ଫୁଲିଥାଏ। ଆରମ୍ଭରୁ ରୋଗ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/survical-cancer-vaccine-2026-02-25-20-05-29.jpg)