Advertisment

କମୁଛି CAA ବିରୋଧୀ ହିଂସା ; ବିକ୍ଷୋଭ ଓ ପ୍ରତିବାଦ ସତ୍ତେ ସ୍ଥିତି ଶାନ୍ତିପୂର୍ଣ୍ଣ

ନୂଆଦିଲ୍ଲୀ/ଭୁବନେଶ୍ୱର : ଥମିଛି CAA ଓ NRC  ବିରୋଧୀ ହିଂସା । ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲେ ମଧ୍ୟ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଆଇନ ସମର୍ଥନରେ ବି ରାଲି ବାହାରିଛି। NDA ସହଯୋଗୀ ଜେଡିୟୁ ମେଣ୍ଟ ବୈଠକ ଡାକିବାକୁ ଦାବି କରିଥିବା ବେଳେ ମୁସଲମାନ୍ ସଂପ୍ରଦାୟକୁ ଆଇନ୍ ପରିସର ବାହାରେ ରଖାଯିବା ଠିକ୍ ନୁହେଁ ବୋଲି କହିଛି ଅକାଳୀ ଦଳ। ଅନ୍ୟପକ୍ଷରେ ଦେଶରେ ଅରାଜକତା ସୃଷ୍ଟି ଲାଗି […]

କମୁଛି CAA ବିରୋଧୀ ହିଂସା ; ବିକ୍ଷୋଭ ଓ ପ୍ରତିବାଦ ସତ୍ତେ ସ୍ଥିତି ଶାନ୍ତିପୂର୍ଣ୍ଣ

pp

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର : ଥମିଛି CAA ଓ NRC  ବିରୋଧୀ ହିଂସା । ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲେ ମଧ୍ୟ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଆଇନ ସମର୍ଥନରେ ବି ରାଲି ବାହାରିଛି। NDA ସହଯୋଗୀ ଜେଡିୟୁ ମେଣ୍ଟ ବୈଠକ ଡାକିବାକୁ ଦାବି କରିଥିବା ବେଳେ ମୁସଲମାନ୍ ସଂପ୍ରଦାୟକୁ ଆଇନ୍ ପରିସର ବାହାରେ ରଖାଯିବା ଠିକ୍ ନୁହେଁ ବୋଲି କହିଛି ଅକାଳୀ ଦଳ। ଅନ୍ୟପକ୍ଷରେ ଦେଶରେ ଅରାଜକତା ସୃଷ୍ଟି ଲାଗି ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ଆଣି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ଅନ୍ୟପଟେ ଓଡ଼ିଶାରେ NRC ଲାଗୁ ହେବନି ବୋଲି  ବିଜେଡି ଦୋହରାଇଛି।

Advertisment

ଉତ୍ତରପ୍ରଦେଶ ହରିପୁରରେ CAA ବିରୋଧରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ପ୍ରତିବାଦ କରାଯାଇଥିବା ବେଳେ ଆନ୍ଦୋଳନକାରୀ ପୁଲିସକୁ ଗୋଲାପ ଫୁଲ ବାଣ୍ଟିଥିଲେ। ରାଜସ୍ଥାନ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସମ୍ବିଧାନ ବଞ୍ଚାଅ ରାଲିରେ ଭାଗ ନେବା ସହ ରାଜ୍ୟରେ ନାଗରିକତା ଆଇନ ଲାଗୁ କରାଯିବ ନାହିଁ ବୋଲି କହିଛନ୍ତି । ତେବେ ମହାରାଷ୍ଟ୍ରର ନାଗପୁରରେ CAA ସପକ୍ଷରେ ବାହାରିଥିଲା ତ୍ରିରଙ୍ଗା ରାଲି। ଏଣେ ଭଦ୍ରକ ଓ ଯାଜପୁରରେ ବି CAA ସପକ୍ଷରେ ଶୋଭାଯାତ୍ରା କରାଯାଇଛି । ଭଦ୍ରକରେ ABVP ଓ ବାଲେଶ୍ୱରରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାଲି କରାଯାଇଥିଲା।

CAAକୁ ନେଇ ହିଂସା କମିଥିଲେ ବି ରାଜନୀତି ଥମିନି।  JDU ନେତା ପ୍ରଶାନ୍ତ କିଶୋର CAA ଓ NRCକୁ ବନ୍ଦ କରିବାର ଫର୍ମୁଲା ଦେଇଛନ୍ତି । ଏଥିସହିତ ଏନ୍‌ଡିଏ ବୈଠକ ଡାକିବାକୁ ଜେଡିୟୁ ଦାବି କରିଛି । ଶିରୋମଣି ଅକାଳୀ ଦଳ କହିଛି ମୁସଲମାନଙ୍କୁ ବାଦ୍ ଦେଲେ ଦେଶର ଧର୍ମନିରପେକ୍ଷତାରେ ଆଞ୍ଚ ଆସିବ। ସେହିପରି CAAକୁ ସମର୍ଥନ କରିଥିଲେ ମଧ୍ୟ NRCକୁ ବିରୋଧ କରିବ ବୋଲି କହିଛି ବିଜେଡି।

Advertisment

ସେପଟେ CAA ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦେଶରେ ଭୟ ଓ ଅରାଜକତା ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ଘୃଣାଭାବ ସୃଷ୍ଟି କରିବା ସହ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ କରୁଥିବା ଟୁଇଟ୍ କରି ପ୍ରଧାନମନ୍ତ୍ରୀ  ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ  ନେତା ରାହୁଲ ଗାନ୍ଧୀ।

ଉତ୍ତପ୍ରଦେଶରେ CAA ବିରୋଧୀ ହିଂସା ମୃତ୍ୟୁ ସଂଖ୍ୟା ୧୮କୁ ବଢିଛି । ରାଜ୍ୟରେ ୫ହଜାରରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିବା ବେଳେ ୭୦୫ ଜଣଙ୍କୁ ଜେଲ୍ ପଠାଯାଇଛି । ଉତ୍ତେଜନାକୁ ଦେଖି କାନପୁରରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ