OLD-VECHICLE Photograph: (OTV)
ପୁରୁଣା ଗାଡ଼ି କିଣାବିକା କରୁଛନ୍ତି କି !
ଟିକିଏ ଅସାବଧାନତା ଆପଣଙ୍କୁ ମହଙ୍ଗା ପଡ଼ିପାରେ
ଗାଡ଼ି ବିକିବା ପୂର୍ବରୁ ଡିଲରଙ୍କ ବାବଦରେ ତଥ୍ୟ ନିଅନ୍ତୁ
ଆରଟିଓ କିମ୍ବା ବାହାନ ପୋର୍ଟାଲରେ ପଞ୍ଜୀକରଣ କରନ୍ତୁ
ଅଣସ୍ବୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ କରନ୍ତୁନି କିଣାବିକା
ସେକେଣ୍ଡ ହ୍ୟାଣ୍ଡ ସୋରୁମରେ ଗାଡ଼ି ବିକିବା ବେଳେ କିଛି ଦିଗ ଉପରେ ଧ୍ୟାନ ଦେବା ଜରୁରୀ। ନହେଲେ ଦଲାଲଙ୍କ ଠକେଇର ଶିକାର ହୋଇପାରନ୍ତି। ସାମାନ୍ୟ ଅଣଦେଖା ଉଭୟ କ୍ରେତା ଓ ବିକ୍ରେତାଙ୍କୁ ହରଡ଼ଘଣାରେ ପକାଇପାରେ। ଏଥିପାଇଁ କଡ଼ା ସତର୍କବାଣୀ ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ। ବ୍ୟବହୃତ କିମ୍ବା ପୁରୁଣା ଗାଡ଼ି କିଣାବିକାର ଚାହିଦା ବଢୁଥିବାରୁ ରାଜ୍ୟରେ ଖୋଲୁଛି ଛତୁ ଫୁଟିଲା ଭଳି ଡିଲର ପଏଣ୍ଟ।
କେହି ମନଇଚ୍ଛା ସେକେଣ୍ଡ ହ୍ୟାଣ୍ଡ ସୋରୁମ୍ ଖୋଲିପାରିବେନି। ଏଥିପାଇଁ ଡିଲର ଲାଇସେନ୍ସ ନେବା ବାଧ୍ୟତାମୂଳକ। ସଂପୃକ୍ତ ଡିଲର ପରିବହନ ବିଭାଗ ଦ୍ବାରା ସ୍ବୀକୃତି ପ୍ରାପ୍ତ କି ନୁହେଁ କ୍ରେତା ନିଶ୍ଚୟ ଯାଞ୍ଚ କରିବା ଆବଶ୍ୟକ। ବାହାନ ପୋର୍ଟାଲରେ ପ୍ରତ୍ୟେକ ଆରଟିଓଙ୍କ ଅଧୀନରେ ସ୍ବୀକୃତିପ୍ରାପ୍ତ ଡିଲରଙ୍କ ତାଲିକା ରହିଛି। ଗାଡ଼ି ବିକିବା ବେଳେ ଲୋକ ଏକଥା ଜାଣିବା ଜରୁରୀ। ତେଣୁ ଗାଡ଼ି ବିକିବା ପୂର୍ବରୁ ଆରଟିଓ କିମ୍ବା ବାହାନ ପୋର୍ଟାଲରେ ଆବେଦନ କରିବାକୁ ପରାମର୍ଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ। ...
ଡିଲରଙ୍କ ନାଁରେ ଡିମଡ୍ ଓନରସିପ୍
ବିନା ସ୍ବୀକୃତିରେ କୌଣସି ଡିଲର ଗାଡ଼ି କିଣାବିକା କରିବା ମୋଟର ଯାନ ଆଇନ ଅନୁସାରେ ବେଆଇନ। ଗାଡ଼ି ବିକ୍ରି ପାଇଁ ଡିଲରଙ୍କୁ ଦେବା ସମୟରେ ଡିଲରଙ୍କ ନାଁରେ ଡିମଡ୍ ଓନରସିପ୍ ହେବା ଆବଶ୍ୟକ। ଯାହା ଗାଡ଼ି ବିକ୍ରି ଅବଧିରେ କୌଣସି ସମ୍ଭାବ୍ୟ ଅଘଟଣ ପାଇଁ ମୂଳ ମାଲିକଙ୍କୁ ସୁରକ୍ଷା ଦେଇଥାଏ। ସେହିପରି ସେକେଣ୍ଡ ହ୍ୟାଣ୍ଡ ସୋରୁମରୁ ଗାଡ଼ି କିଣିବା ବେଳେ ଗ୍ରାହକ ଗାଡ଼ିର ରେଜିଷ୍ଟ୍ରେସନ୍, ପଲ୍ୟୁସନ୍ ଓ ଇନସ୍ୟୁରାନ୍ସ ସାର୍ଟିଫିକେଟ୍ ଚେକ୍ କରିବା ଜରୁରୀ।
ସେକେଣ୍ଡ ହ୍ୟାଣ୍ଡ ସୋରୁମ୍ ମାଲିକଙ୍କ କହିବା କଥା, ସେମାନେ ପରିବହନ ବିଭାଗର ଗାଇଡଲାଇନକୁ କଡ଼ାକଡ଼ି ପାଳନ କରୁଛନ୍ତି। ଏପରିକି ମାଲିକଙ୍କୁ ଦେଖି ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ ଗାଡ଼ି ରଖୁଛନ୍ତି। ଏବାବଦରେ ଗ୍ରାହକଙ୍କୁ ସଚେତନ ବି କରାଉଛନ୍ତି।
ସେକେଣ୍ଡ ହ୍ୟାଣ୍ଡ ସୋରୁମରେ ଗାଡ଼ି ବିକିବା କି କିଣିବା ବେଳେ ଟିକିଏ ଅଣଦେଖା ଭବିଷ୍ୟତରେ ଆପଣଙ୍କୁ ମହଙ୍ଗା ପଡ଼ିପାରେ। ତେଣୁ ବେଳ ଥାଉ ଥାଉ ସଚେତନ ହେବାକୁ କହିଛି ରାଜ୍ୟ ପରିବହନ ପ୍ରାଧିକରଣ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/old-vechicle-2026-02-08-20-42-45.jpg)