Advertisment

ଜନଶୂନ୍ୟ ବେଳାଭୂମିରେ କେବଳ ଶୁଭୁଛି ସମୁଦ୍ରର ଗର୍ଜନ

ପୁରୀ: ଜଗନ୍ନାଥ ଧାମ ପୁରୀ ଏଠାରେ ଲାଗିଥାଏ ଲକ୍ଷଲକ୍ଷ ଲୋକଙ୍କ ଗହଳ ଚହଳି। ହେଲେ କରୋନା ଲକଡାଉନ୍ ଯୋଗୁ ଶୂନଶାନ ହୋଇଯାଇଛି ଶ୍ରୀକ୍ଷେତ୍ର, ଖାଁ ଖାଁ ମହୋଦଧି କୂଳ କଟକଣା ଯୋଗୁ ରଶି ଓ ପଲିଥିନ୍ ତଳେ ବନ୍ଧା ଅଣ ନିଶ୍ୱାସୀ…

ଅଦ୍ୟତନ ହୋଇଛି
ଜନଶୂନ୍ୟ ବେଳାଭୂମିରେ କେବଳ ଶୁଭୁଛି ସମୁଦ୍ରର ଗର୍ଜନ

Puri

Advertisment

ପୁରୀ: ଜଗନ୍ନାଥ ଧାମ ପୁରୀ ଏଠାରେ ଲାଗିଥାଏ ଲକ୍ଷଲକ୍ଷ ଲୋକଙ୍କ ଗହଳ ଚହଳି। ହେଲେ କରୋନା ଲକଡାଉନ୍ ଯୋଗୁ ଶୂନଶାନ ହୋଇଯାଇଛି ଶ୍ରୀକ୍ଷେତ୍ର, ଖାଁ ଖାଁ ମହୋଦଧି କୂଳ କଟକଣା ଯୋଗୁ ରଶି ଓ ପଲିଥିନ୍ ତଳେ ବନ୍ଧା ଅଣ ନିଶ୍ୱାସୀ ବେଳାଭୂମି ବ୍ୟବସାୟ। ଲକଡାଉନ ମାଡ଼ରେ ନିରବୀ ଯାଇଛି ନିଇତି ଚଳଚଞ୍ଚଳ ଥିବା ପୁରୀ ସ୍ୱର୍ଣ୍ଣିମ ବେଳାଭୂମି। ଆଖି ପହଁରାଇ ଆଣିଲେ ଶ୍ମଶାନ ଭଳି ଲାଗୁଛି। ସମୁଦ୍ରକୂଳ ନାହିଁ ପର୍ଯ୍ୟଟକଙ୍କ ଗହଳି ଚହଳି କି ନାହିଁ ବ୍ୟବସାୟୀଙ୍କ ଭିଡ଼। ଜନଶୂନ୍ୟ ବେଳାଭୂମିରେ କେବଳ ଶୁଭୁଛି ସମୁଦ୍ରର ଗର୍ଜନ।

Advertisment

ଏପଟେ କୋଣାର୍କରେ ତ ଦୋକାନ ଉପରେ ଚରିଗଲାଣି ବାଲି। ଚନ୍ଦ୍ରଭାଗା କୂଳରେ ପର୍ଯ୍ୟଟକଙ୍କ ଆଗମନକୁ ଚାହିଁଚାହିଁ ବ୍ୟବସାୟୀଙ୍କ ଆଖିରୁ ପାଣି ମରିଗଲାଣି। ବନ୍ଦ ପଡ଼ିଛି ଜୀବିକା। ପରିବାର କେମିତି ଚଳିବ ସେ ପ୍ରଶ୍ନ ଓ ଅନିଶ୍ଚିତତା ଭିତରେ ଦୋକାନ ଉପରେ ବସିଯାଇଥିବା ବାଲି ଆସ୍ତରଣକୁ ସଫା କରୁଛନ୍ତି ବ୍ୟବସାୟୀ।

ରାଜ୍ୟର ଅନ୍ୟତମ ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ଗୋପାଳପୁରରେ ବି ସେହି ଏକା ଚିତ୍ର। ସମୁଦ୍ର କୂଳରେ ଧାଡ଼ି ହୋଇ ଛିଡ଼ା ହୋଇଥିବା ଦୋକାନ ବାହାରେ ଏବେ ତାଲା ଝୁଲୁଛି। କରୋନା ଲକଡାଉନ ଯୋଗୁଁ ପର୍ଯ୍ୟଟକ ଆସୁନଥିବାରୁ ଠପ୍ ହୋଇଯାଇଛି ବ୍ୟବସାୟ। ଶତ ପ୍ରତିଶତ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ବେଳାଭୂମି ବ୍ୟବସାୟ ଏବେ ଏକ ପ୍ରକାର ଉଜୁଡ଼ି ଯାଇଛି। ଏଭଳି ସ୍ଥିତିରେ ସରକାରୀ ସହାୟତା ମିଳୁନଥିବାରୁ କେମିତି ଚଳାଇବେ ପରିବାର ବୋଲି କ୍ଷୋଭର ସହ ପ୍ରଶ୍ନ କରିଛନ୍ତି ବ୍ୟବସାୟୀ।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ରିପୋର୍ଟ: ଜଗନ୍ନାଥ ସାହୁ, ସଂଜୟ ପତି ଓ ପ୍ରଦୀପ ମହାନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ