Advertisment

ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌; ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ଏକ ତୀର୍ଥଯାତ୍ରୀ ବସ୍‌ ସାମ୍ନା ପଟୁ ଧକ୍କା ଦେବା ଫଳରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି […]

ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌; ୨ ମୃତ

bhadrak

Advertisment

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ଏକ ତୀର୍ଥଯାତ୍ରୀ ବସ୍‌ ସାମ୍ନା ପଟୁ ଧକ୍କା ଦେବା ଫଳରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ହେଲେ ଦିବ୍ୟା ମାଷ୍ଟର ଓ ତିଲକ୍‌ ନିଶାଦ୍‌। ସେମାନଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି।

Advertisment

ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୯ ତାରିଖରୁ ଏହି ତୀର୍ଥଯାତ୍ରୀ ବସ୍‌ ପାଖାପାଖି ୫୮ଜଣ ତୀର୍ଥଯାତ୍ରୀଙ୍କୁ ଧରି ଉତ୍ତରପ୍ରଦେଶ ଗୋରଖପୁରରୁ ଚାରିଧାମ ଯାତ୍ରାରେ ବାହାରିଥିଲା। ଅଯୋଧ୍ୟାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥରେ କଡ଼ରେ ଛିଡ଼ା ହୋଇଥିବା ଏକ ଧାନ ବୋଝେଇ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍‌ଟି ସାମ୍ନା ପଟୁ ଧକ୍କା ଦେଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣାରେ ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦି‌ଆଯାଉଥିବା  ଭଦ୍ରକ ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ