Advertisment

Salia Sahi Eviction Drive: ସାଲିଆସାହି ବସ୍ତିରେ ଧରାଶାୟୀ କରୁଛି ବୁଲଡୋଜର୍, ୧୬୨ଟି ଘରକୁ ଚୁରମାର କରିଛି ମିଳିତ ସ୍କ୍ବାଡ୍

୨ ଦିନ ହେଲା, ସାଲିଆସାହି ବସ୍ତିରେ ଧରାଶାୟୀ କରୁଛି ବୁଲଡୋଜର୍...ତଥାପି କିଛି ଜବରଦଖଲକାରୀଙ୍କ ଭାଙ୍ଗୁନି ନିଦ...ଗୋଟିଏ ଜାଗାରୁ ଯାଇ ଆଉ ଏକ ଜାଗାରେ ବାସ କରୁଛନ୍ତି ସିନା, ଇଲାକା ଛାଡ଼ି ଯିବାକୁ ମନ ନାହିଁ।

SALIASAHI

SALIA SAHI Photograph: (OTV)

Advertisment

ଗୋଟିଏ ଜାଗାରୁ ଉଚ୍ଛେଦ କଲେ, ଆଉ ଏକ ସରକାରୀ ଜାଗାକୁ ମାଡ଼ି ବସୁଛନ୍ତି ସିନା, ସରକାର ଯୋଗାଇ ଦେଇଥିବା ଚକାଚକ୍ ଆପାର୍ଟମେଣ୍ଟରେ ଯାଇ ରହିବାକୁ ମଙ୍ଗୁ ନାହାଁନ୍ତି। ସେମାନଙ୍କର କେବଳ ଗୋଟିଏ ଜିଦ୍, ଘର ବଦଳରେ ଜମି ଦିଅ। ଆଉ ତାକୁ ନେଇ ଗତ ୨ ଦିନ ହେଲା, ଭୁବନେଶ୍ବର ସାଲିଆସାହି ବସ୍ତି ଉଛେଦ ପ୍ରକ୍ରିୟା ଭିତରେ ଲାଗିରହିଥିଲା ଛକାପଂଝା।

Advertisment

ଶେଷରେ ଆଜି ସବୁ ବେଆଇନ ଘରକୁ ଭାଙ୍ଗି ପ୍ରସ୍ତାବିତ ରାସ୍ତା ପାଇଁ ଜବରଦଖଲମୁକ୍ତ କରିଛି ଏନଫୋର୍ସମେଣ୍ଟ ସ୍କ୍ବାଡ୍। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ବିରୋଧ କରୁଥିବା ଲୋକଙ୍କ ପଛରେ କିଛି ବିଭ୍ରାନ୍ତକାରୀ ଅଛନ୍ତି। ସେମାନଙ୍କ ବିରୋଧରେ ଆଗକୁ ଆକ୍ସନ ହେବ।...

୨ ଦିନ ହେଲା, ସାଲିଆସାହି ବସ୍ତିରେ ଧରାଶାୟୀ କରୁଛି ବୁଲଡୋଜର୍...ତଥାପି କିଛି ଜବରଦଖଲକାରୀଙ୍କ ଭାଙ୍ଗୁନି ନିଦ...ଗୋଟିଏ ଜାଗାରୁ ଯାଇ ଆଉ ଏକ ଜାଗାରେ ବାସ କରୁଛନ୍ତି ସିନା, ଇଲାକା ଛାଡ଼ି ଯିବାକୁ ମନ ନାହିଁ। ଶେଷରେ ଆଜି ନିର୍ଣ୍ଣାୟକ ନିଷ୍ପତ୍ତି କ୍ରମେ ମାଇକରେ ଘୋଷଣା କରି ମାତ୍ର ଘଣ୍ଟାଏ ସମୟ ଦେଇଥିଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍। ବୁଦ୍ଧ ବିହାର ସ୍ଥିତ ଆପାର୍ଟମେଣ୍ଟରେ ରହିବାକୁ କୁହାଯାଇଥିଲା। 

Advertisment

ଖୋଲା ପଡ଼ିଆରୁ ବି ଜବରଦଖକାରୀଙ୍କୁ ହଟାଗଲା

ତଥାପି ନଶୁଣିବାରୁ ଠିକ୍ ଘଣ୍ଟାଏ ପରେ ଆଜି ବି ବୁଲଡୋଜର୍ ବୁଲିଥିଲା ଏଭଳି। ଗତ ୨ ଦିନର ଅଭିଯାନ ଭିତରେ ଘରଦ୍ବାର ଭାଙ୍ଗିବା ପରେ ଖୋଲା ପଡ଼ିଆରେ ବେଆଇନ ଭାବେ ଆଶ୍ରୟ ନେଇଥିଲେ କିଛି ଜବରଦଖଲକାରୀ। ଘର ବଦଳରେ ଜାଗା ଦାବି କରି ଅସ୍ଥାୟୀ ଟେଣ୍ଟ ପକାଇ ଜିଦରେ ଅଟଳ ରହିଥିଲେ ଏମାନେ। ଶେଷରେ କେହି ନଶୁଣିବାରୁ ଆଜି ଖୋଲା ପଡ଼ିଆରୁ ବି ଜବର ଦଖଲକାରୀଙ୍କୁ ହଟାଇ ଦେଇଛି ବିଡିଏ ଏବଂ ବିଏମସିର ମିଳିତ ସ୍କ୍ବାଡ୍।

ସାଲିଆସାହି ବସ୍ତିରେ ମୋଟ୍ ୫୬୨ଟି ଜବରଦଖଲ ଘର ତିଆରି ହୋଇଥିଲା। ତା’ମଧ୍ୟରୁ କାଲି ସୁଦ୍ଧା ଭାଙ୍ଗିଥିଲା ପ୍ରାୟ ୪ ଶହଟି। ଆଜି ୧୬୨ଟି ଘରକୁ ଚୁରମାର କରି ଜବରଦଖଲ ମୁକ୍ତ କରିଛି ମିଳିତ ସ୍କ୍ବାଡ୍। ଯେଉଁ ସବୁ ଘର ଭିତରୁ ବାହାରିଥିଲା ପଲଙ୍କ ଖଟ...ଆଲମିରା...ଫ୍ରିଜ୍...କୁଲର ସହ ଏଭଳି କେତେ କ’ଣ ସାମଗ୍ରୀ। ଯାହାକୁ ଟ୍ରାକଟରରେ ବୋହି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ଲୋକେ। ବିଦ୍ୟୁତ ସହ କେବୁଲ ସଂଯୋଗକୁ ବିଚ୍ଛିନ୍ନ କରିଦିଆଯାଇଛି ଆଜି।

Advertisment

ଏତେସବୁ ସୌଖିନ ସାମଗ୍ରୀ ରଖି ବସ୍ତି ଭିତରେ ବର୍ଷ ବର୍ଷ ଧରି ରହି ଆସୁଥିଲେ ଏମାନେ। ବସ୍ତି ବାସିନ୍ଦାଙ୍କ ପାଇଁ ବୁଦ୍ଧ ବିହାରରେ ଚକାଚକ ଆପାର୍ଟମେଣ୍ଟ ବି ତିଆରି ହୋଇଛି। ଏ ହେଉଛି ସେହି 1 BHK ଆପାର୍ଟମେଣ୍ଟ। ଶୌଚାଳୟ, ବାଲକୋନୀ, ବେଡରୁମ୍ ସହ ଟାଇଲ୍ ପକା ଚଟାଣ। ବିଜୁଳି ସହ ପାଣି ଆସୁଛି ଅନବରତ। ଅର୍ଥାତ READY TO MOVE। ତଥାପି ବସ୍ତିର କିଛି ଜବରଦଖଲକାରୀ ଯିବାକୁ ନାରାଜ୍। ଆଗରୁ ଯେଉଁମାନେ ରହି ଆସିଲେଣି, ଅନେକ ସୁବିଧା ଥିବା କଥା କହୁଛନ୍ତି। 

ବିଏମସି କମିଶନର କହିଛନ୍ତି, ଉଚ୍ଛେଦଙ୍କ ଭିତରୁ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ। ଏବେ ସୁଦ୍ଧା ୪୫୫ଟି ଘର ମହଜୁଦ ରହିଛି। ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ ହେଉଛି। ବୁଦ୍ଧ ବିହାରରେ ଥିବା ଫ୍ଲାଟରେ ଅନେକ ଲୋକଙ୍କୁ ଥଇଥାନ କରାଗଲାଣି।...

ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସାଲିଆସାହିରେ ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି। କାରଣ, ସେମାନେ ଏକାଧିକ ଘରକୁ ଭଡ଼ା ଲଗାଇଛନ୍ତି। କାଳେ ସେମାନଙ୍କ ଘର ଭାଙ୍ଗିଯିବ, ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି। ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ବସ୍ତି ହଟାଇ ସବୁ ଲୋକଙ୍କୁ ଥଇଥାନ କରାଯିବ।

ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ସମାନ୍ତରାଳ ରୁଟ୍ ନିର୍ମାଣ ପାଇଁ ବାଧା ସାଜୁଥିଲେ ସାଲିଆସାହି ବସ୍ତିର କିଛି ଜବରଦଖଲକାରୀ। ଏବେ ମୋଟ୍ ୫୬୨ଟି ଘର ଉଚ୍ଛେଦ ପରେ ପ୍ରସ୍ତାବିତ ୧୩ କିଲୋମିଟର ରାସ୍ତା କାମ ଆସନ୍ତା ମାସେ ଭିତରେ ଆରମ୍ଭ ହେବ। ଫଳରେ ସହର ଭିତରେ ଦୂର ହେବ ଟ୍ରାଫିକ୍ ସମସ୍ୟା।... 

କିଛି ଜବରଦଖଲକାରୀଙ୍କ ଭାଙ୍ଗୁନି ନିଦ
ଖୋଲା ପଡ଼ିଆରେ ବେଆଇନ ଭାବେ ଆଶ୍ରୟ ନେଇଥିଲେ
ଅସ୍ଥାୟୀ ଟେଣ୍ଟ ପକାଇଥିଲେ ଜବରଦଖଲକାରୀ
କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ

Eviction Drive Salia Sahi Slum
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ