SALIASAHI Photograph: (OTV)
ପୁଣି ବୁଲିଲା ବୁଲଡୋଜର, ଉଚ୍ଛେଦ ହେଲା ଜବରଦଖଲ। ପୋଲିସ ଆଉ ପ୍ରଶାସନ ଉପସ୍ଥିତିରେ ଚୁରମାର ହେଲା ରାଜଧାନୀର ବଡ଼ ବସ୍ତି ସାଲିଆ ସାହି। ନୟାପଲ୍ଲୀ ଏକାମ୍ର କାନନରୁ ଅନ୍ଧାରୁଆ ଯାଏଁ ୧୩ କିଲୋମିଟର ପାରାଲାଲ ରାସ୍ତା ଲାଗି ଆଜି ଦ୍ବିତୀୟ ଦିନରେ ବି ଜବର ଦଖଲ ଉଚ୍ଛେଦକୁ ଜୋରଦାର କରିଛି ପ୍ରଶାସନ। ବିଡିଏ, ବିଏମସି ଓ କମିଶନରେଟ୍ ପୋଲିସର ମିଳିତ ସ୍କ୍ବାଡ୍ ସାଲିଆ ସାହି ବସ୍ତିରେ ବୁଲଡୋଜର ଲଗାଇ ଭାଙ୍ଗିଛନ୍ତି ଗୋଟିଏ ପରେ ଗୋଟିଏ ଘର। ଗତକାଲି ପ୍ରଥମ ଦିନରେ ବସ୍ତି ବାସିନ୍ଦାଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଜବରଦଖଲ ଉଚ୍ଛେଦରୁ ପଛକୁ ହଟି ନଥିଲା ବିଏମସି। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥବାରୁ ୩୦ରୁ ଅଧିକ ଲୋକଙ୍କୁ ଅଟକ ରଖିଥିଲା ପୋଲିସ। ଆଉ ଆଜି ଦ୍ବିତୀୟ ଦିନ ସୁଦ୍ଧା ପ୍ରାୟ 4୦୦ ଘର ଭଙ୍ଗାଯିବା ପରେ ଏବେ ଅଧାରେ ଅଟକି ଥିବା ପ୍ରସ୍ତାବିତ ରାସ୍ତା ପାଇଁ ମାପଚୁପ ଆରମ୍ଭ କରିଛି ଆର ଆଣ୍ଡ ବି ବିଭାଗ।...
ଏପଟେ ଘର ଭଙ୍ଗାଯିବା ଏବଂ ସରକାରୀ ଜାଗାରୁ ଉଚ୍ଛେଦ ପରେ ବି କିଛି ଲୋକ ସାଲିଆ ସାହି ଛାଡ଼ୁଥିବା ବେଳେ ଆଉ କିଛି ସ୍ଥାନ ଛାଡ଼ି ଯିବାକୁ ନାରାଜ। କାଲିଠୁ ସେମିତି ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ବହୁ ପରିବାର। ବାହାରେ ଖିଆପିଆ, ଆଉ ବାହାରେ ହିଁ ଚାଲିଛି ବସା ଉଠା। କେହି କେହି ଜରିପାଲ ଆଉ ପଲିଥିନ ଟାଣି ତାରି ଭିତରେ ପିଲା ପରିବାର ଧରି ରାତି ବି କାଟିଛନ୍ତି। ସେମାନଙ୍କ ଗୋଟିଏ ଦାବି, ଘର ନୁହେଁ, ଆମକୁ ଜାଗା ବଦଳରେ ଜାଗା ଦରକାର। ଅନ୍ୟପଟେ ପୂର୍ତ୍ତ ମନ୍ତ୍ରୀ କହିଛନ୍ତି, ଜଙ୍ଗଲ ଜମିରେ ବେଆଇନ୍ ଭାବେ ଜବରଦଖଲ କରିଥିବା ବସ୍ତି ବାସିନ୍ଦାଙ୍କୁ ଘର ବଦଳରେ ଘର ଯୋଗାଇ ଦିଆଯାଇଛି। ତେବେ ସେମାନେ ସ୍ଥାନ ନ ଛାଡିବା ପଛରେ ରହିଛନ୍ତି କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ।...ସେପଟେ ରାଜଧାନୀର ଟ୍ରାଫିକ୍ ସ୍ଥିତି ସୁଧାରିବାକୁ ଏ ରାସ୍ତା ନିହାତୀ ଜୁରୁରୀ ବୋଲି ମତ ଦେଇଛନ୍ତି ବହୁ ବୁଦ୍ଧିଜୀବୀ।
ଜୟଦେବ ବିହାର- ନନ୍ଦନକାନନ ରାସ୍ତାରେ ଭିଡ଼ ନିୟନ୍ତ୍ରଣ ଉଦେଶ୍ୟରେ ୨୦୧୭ ମସିହାରେ ପୂର୍ତ୍ତ ବିଭାଗ ସର୍ଭେ କରି ଏକାମ୍ର କାନନରୁ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକ୍ସ ପର୍ଯ୍ୟନ୍ତ ୧୩ କିଲୋମିଟର ସମାନ୍ତରାଳ ରାସ୍ତା ନିର୍ମାଣ ପ୍ରସ୍ତାବ ଥିଲା। ଯେଉଁ ରାସ୍ତାର ୯୨୦ ମିଟର ସାଲିଆସାହି ଭିତର ଦେଇ ଯାଉଛି। ତା ଭିତରୁ ପୂର୍ବରୁ ୨୦୦ ମିଟର ରାସ୍ତା ଆଗକୁ ବଢିଥିଲେ ବି ବସ୍ତି ବାସିନ୍ଦାଙ୍କ ବିରୋଧ ଯୋଗୁଁ ଆଉ ୭ଶହ ମିଟର ରାସ୍ତା ନିର୍ମାଣ ସରୁ ନଥିବାରୁ ବ୍ୟବହାରରେ ଆସିପାରୁନି ଏ ନୂଆ ରୁଟ୍। ଫଳରେ ଭିଡ଼ରେ ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। ତେବେ ଏ ପ୍ରକଳ୍ପକୁ ମାସେ ଭିତରେ ସାରିବାକୁ କାଲିଠୁ ଆକ୍ସନ ମୋଡ୍କୁ ଆସିଛନ୍ତି ରାଜ୍ୟ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/19/saliasahi-2025-11-19-20-07-53.jpg)