Eviction Photograph: (OTV)
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ। ଯାଜପୁର ଧର୍ମଶାଳା ପନ୍ତୁରି ଠାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତହସିଲ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ପାଚେରୀ ଭଙ୍ଗାଯାଇଛି।
ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସମୁଦାୟ ୧୨ ଏକର ୮୮ ଡିସିମିଲ ଜମିରେ ପାଚେରୀ କରାଯାଇଥିବା ବେଳେ ସେଥିରୁ ୧ ଏକର ୧୦ ଡିସିମିଲ ଜମି ଜବର ଦଖଲ କରିଥିଲେ। ତା ଭିତରେ ଛେଳି ଫାର୍ମ ରହିଛି। ଜବରଦଖଲ ଜାଗାରେ ଥିବା ପାଚେରୀ କାନ୍ଥ ସମେତ କିଛି ଘର ଉଚ୍ଛେଦ କରାଯାଉଛି।
ଏହି ଫାର୍ମ ହାଉସ ବିବାଦୀୟ ହୋଇପଡିଥିଲା । ହିଂମାଶୁ ସାହୁ ଧର୍ମଶାଳାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ଫାର୍ମହାଉସ ସରକାରୀ ଜମିରେ କରାଯାଇଥିବା ଓ ଜବରଦଖଲ ହୋଇଥିବାର ଅଭିଯୋଗ କରିଥିଲେ ।
ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର
ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ୍ ରେ ବୁଲିଲା ବୁଲ୍ ଡୋଜର
ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି
ଫାର୍ମ ହାଉସ୍ ପାଚେରୀ ସହ କିଛି ଘରକୁ ଉଚ୍ଛେଦ କଲା ପ୍ରଶାସନ
୧ ଏକର ୧୦ ଡିସିମିଲ୍ ଜମି ଜବରଦଖଲ କରିଥିଲେ ପ୍ରଣବ ବଳବନ୍ତରାୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/eviction-2026-02-24-14-19-17.jpg)