Advertisment

Odisha’s Development Vision: କାହାକୁ ସମୃଦ୍ଧ କଲେ ଗଠନ ହେବ ସମୃଦ୍ଧ ଓଡିଶା, ସରକାରଙ୍କର କଣ ରହିଛି ଭିଜନ ?

ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ସାରା ଦେଶରେ ଏକ ମଡେଲ ହେବାକୁ ଯାଉଛି। ସରକାର ଏହି ଦିଗରେ ନିର୍ଦ୍ଦେଶାବଳୀ ସହିତ ଆବଶ୍ୟକ ବଜେଟ ପ୍ରାବଧାନ କରିଛନ୍ତି।

ODISHA

ODISHA Photograph: (OTV)

Advertisment

ରାଜ୍ୟର ୬୦ ପ୍ରତିଶତ ଲୋକ ଚାଷ କାର୍ଯ୍ୟ କରୁଛନ୍ତି । କୃଷକମାନେ ଆମ ପାଇଁ କେବଳ ଚାଷୀ ନୁହନ୍ତି, ସେମାନେ ହେଉଛନ୍ତି ଆମପାଇଁ ‘ଅନ୍ନଦାତା’। ସମୃଦ୍ଧ ଓଡିଶା ଗଠନ ପାଇଁ ସମୃଦ୍ଧ କୃଷକ ହେଉଛନ୍ତି ଅପରିହାର୍ଯ୍ୟ। ତେଣୁ ତାଙ୍କର ହାଡଭଙ୍ଗା ପରିଶ୍ରମରେ ଉତ୍ପନ୍ନ ଉତ୍ପାଦର ଉପଯୁକ୍ତ ମୂଲ୍ୟ ଦେବା ପାଇଁ ଗତବର୍ଷ ଠାରୁ ଆରମ୍ଭ ହୋଇଥବା ଇନପୁଟ ସହାୟତା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

Advertisment

ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ରିଭଲଭିଂ ପାଣ୍ଠି ବାବଦରେ ୨ ହଜାର କୋଟି ଟଙ୍କା ସହ ଅତିରିକ୍ତ ୩ ହଜାର କୋଟି ଟଙ୍କା ଏବଂ ପିଡିଏସ୍ ରିହାତି ବାବଦରେ ଅତିରିକ୍ତ ୧ ହଜାର ୩ ଶହ ୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା କୃଷକ ମାନଙ୍କଠାରୁ ପ୍ରାୟ ୧୦ ନିୟୁତ ଟନ୍ ଧାନ କିଣାଯାଇପାରିବ ଓ ସେମାନଙ୍କୁ ସଠିକ ସମୟରେ ସେମାନଙ୍କ ପ୍ରାପ୍ୟ ଦିଆଯାଇପାରିବ ବୋଲି ସେ ବିଧାନସଭାରେ ସୋମବାର ଦିନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତି ଦେଖିଲେ ତାଙ୍କ ସରକାର ଚାଷୀମାନଙ୍କ ଲାଗି ସମର୍ପିତ ବୋଲି କୁହାଯାଇପାରେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରାରେ ଅଧିକ ହିତାଧିକାରୀ ଯୋଡି ହେବା ଫଳରେ ଅଧିକ ବ୍ୟୟବରାଦ ଲାଗି ପ୍ରସ୍ତାବ ଦିଆଯାଇଛି। ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ଦିଆଯାଇଛି । ମହିଳାମାନଙ୍କୁ ଡିବିଟି ମାଧ୍ୟମରେ ମାତୃତ୍ୱ ସୁବିଧା ଯୋଗାଇ ଦେବା ପାଇଁ ମମତା ଯୋଜନା ଅଧୀନରେ ୧ ଶହ ୪୨ କୋଟି ଟଙ୍କା ପ୍ରସ୍ତାବ ରହିଛି ।

Advertisment

ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦାନକୁ ଗୁରୁତ୍ୱ

ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦାନ କରିବା ନୂଆ ସରକାରଙ୍କ ଶାସନ ବ୍ୟବସ୍ଥାର ଏକ ପ୍ରମୁଖ ଉପାଦାନ। ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ସାରା ଦେଶରେ ଏକ ମଡେଲ ହେବାକୁ ଯାଉଛି। ସରକାର ଏହି ଦିଗରେ ନିର୍ଦ୍ଦେଶାବଳୀ ସହିତ ଆବଶ୍ୟକ ବଜେଟ ପ୍ରାବଧାନ କରିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରାଥମିକ ଶିକ୍ଷାର ଦଶା ଓ ଦିଶା ବଦଳାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅତିରିକ୍ତ ବ୍ୟୟ ବାବଦକୁ ପ୍ରଧାନ ମନ୍ତ୍ରୀ-ପୋଷଣ ଅଧୀନରେ ୩ ଶହ ୯୨ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩ ଶହ ୨୦ କୋଟି ଟଙ୍କା, ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ ୩ ଶହ ୭ କୋଟି ଟଙ୍କା, ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୨ ଶହ ୭ କୋଟି ଟଙ୍କାର ଅନୁଦାନ ଏବଂ ବେସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଇଁ ୧ ଶହ ୨୧ କୋଟି ଟଙ୍କାର ଅନୁଦାନ, ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୭୧ କୋଟି ଟଙ୍କାର ବ୍ୟବସ୍ଥା, ଶିକ୍ଷା ଅଧିକାର ଆଇନ ଅଧୀନରେ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରତି ଶିଶୁ ପିଛା ଖର୍ଚ୍ଚର ଭରଣା ପାଇଁ ୭୧ କୋଟି ଟଙ୍କା, ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଣ ପାଇଁ ୫୧ କୋଟି ଟଙ୍କା, ଏବଂ ପଞ୍ଚସଖା ଶିକ୍ଷା ସେତୁ ଯୋଜନା ପାଇଁ ୫୧ କୋଟି ଟଙ୍କାର ଆବଣ୍ଟନ କରାଯାଇଛି ।

Advertisment

ଏହି ସବୁ କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ସହିତ ଡ୍ରପ ଆଉଟ ଦରକୁ ହ୍ରାସ କରିବାରେ ସଫଳ ହେବ । ସେହିପରି ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରର ବିଭିନ୍ନ ଯୋଜନା ପାଇଁ ଅତିରିକ୍ତ ୧ ହଜାର ୧୬୪ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଅଛି । 

କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯ ଶହ ୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ମେଡିକାଲ କଲେଜରେ ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୁଲଭ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ