Advertisment

ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଶୁକ୍ରବାର ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଆ ବୁଢ଼ୀ ଠାକୁରାଣୀ ବାପ ଘରକୁ ଯିବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାପଘର ଲୋକ ପ୍ରଥମେ ଆସି ମା’ଙ୍କୁ ସମୟ ଜଣାଇବା ପରେ ମଧ୍ୟରାତ୍ରରେ ମାଆଙ୍କ ଘଟ ଓ ଫୁଲ ବାପଘର ଦେଶୀ ବେହେରାଙ୍କ ଅସ୍ଥାୟୀ ପୀଠକୁ ଯିବ। ଏହାସହ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ […]

ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର

bramhapur

Advertisment

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଶୁକ୍ରବାର ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଆ ବୁଢ଼ୀ ଠାକୁରାଣୀ ବାପ ଘରକୁ ଯିବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାପଘର ଲୋକ ପ୍ରଥମେ ଆସି ମା’ଙ୍କୁ ସମୟ ଜଣାଇବା ପରେ ମଧ୍ୟରାତ୍ରରେ ମାଆଙ୍କ ଘଟ ଓ ଫୁଲ ବାପଘର ଦେଶୀ ବେହେରାଙ୍କ ଅସ୍ଥାୟୀ ପୀଠକୁ ଯିବ। ଏହାସହ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା।

Advertisment

ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ବାପା ଅର୍ଥାତ ଦେଶୀ ବେହେରା ଆସନ୍ତାକାଲି ଦିନ ସମୟରେ ମନ୍ଦିରକୁ ଆସି ମାଆଙ୍କୁ ଡାକରା ଦେବେ। ଏହାପରେ ମାଆ ବାପଙ୍କ ଘରକୁ ଯିବାକୁ ସଜ୍ଜବାଜ ହେବେ। ରାତିରେ ବାଜା ବାଜଣା, ଢୋଲ, ତୁରୀ, ଖତ୍ରୀ, ପୀଠା, ପଣା ସହ ଭକ୍ତଗଣ ମାଆଙ୍କୁ ପୂଜା କରିବେ। ପୂଜା ସମୟରେ ମାଆଙ୍କ ମୁଣ୍ଡରୁ ଫୁଲ ଦେଶୀ ବେହେରାଙ୍କ ହାତରେ ଖସି ପଡିବା ପରେ ହିଁ ମାଆଙ୍କ ଆଜ୍ଞା ମିଳିଲା ବୋଲି ଧରି ନେଇ ଅସ୍ଥାୟୀ ପୀଠକୁ ନିଆଯିବ।

ସେପଟେ ଦେଶୀ ବେହେରାଙ୍କ ଘର ସାମ୍ନାରେ ମାଆଙ୍କ ଅସ୍ଥାୟୀ ପୀଠ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ମଧ୍ୟରାତ୍ରରୁ ପ୍ରାୟ ୨୯ ଦିନ ଧରି ମାଆ ଏହି ଅସ୍ଥାୟୀ ପୀଠରେ ପୂଜା ପାଇବେ।

Advertisment

ଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପାଣି, ଆଲୋକର ବ୍ୟବସ୍ଥା କରାଯିବା ସହ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଥିବା ଦେଶୀ ବେହେରାଙ୍କ ସହଯୋଗୀ କହିଛନ୍ତି।

ଦୁଇବର୍ଷରେ ଥରେ ମାଆଙ୍କ ଏହି ଯାତ୍ରାକୁ ନେଇ ସତେ ଯେପରି ଅପେକ୍ଷା କରି ରହିଛନ୍ତି ସହରବାସୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ