British-Era Shipwreck Photograph: (OTV)
ବାତ୍ୟା ମୋନ୍ଥା ପରେ ସମୁଦ୍ର ମଧ୍ୟରେ ଦୃଶ୍ୟମାନ ହେଲା ବୁଡି ଯାଇଥିବା ଜାହାଜର ଭଗ୍ନାଂଶ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗହୀରମଥା ଅଭୟାରଣ୍ୟର ଏକକୁଳାନାଶି ଠାରୁ ୧ କିଲୋମିଟର ଦୂରରେ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି।
ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଆସିଥିଲା । ଆଜି ଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଛି । ଏହା ଆଲୁମିନିୟମରେ ନିର୍ମାଣ ହୋଇଥିବାରୁ ଏହି ଜାହାଜ ଇଂରେଜ ଅମଳର ବୋଲି ଅନୁମାନ କରାଯାଉଛି।
ତେବେ କେତେବର୍ଷ ତଳେ ଏହି ଜାହାଜଟି ଏଠାରେ ବୁଡି ରହିଥିଲା ତାହା ସ୍ପଷ୍ଟ ହୋଇନି। ବାତ୍ୟା ଛାଡିଯିବା ପରେ ସମୁଦ୍ରରେ ଭଟା ପରେ ଏହି ଭଗ୍ନାଂଶ ଦେଖିବାକୁ ମିଳିଛି। ଜୁଆର ସମୟରେ ଏହା ଦେଖା ଯାଉନଥିବାରୁ ଅନ୍ୟ କୌଣସି ମାଛଧରା ବୋଟ କିମ୍ବା ବନ ବିଭାଗର ପାଟ୍ରୋଲିଂ ବୋଟ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ତେଣୁ ଜାହାଜର ଭଗ୍ନାଂଶକୁ କୂଳକୁ ଆଣିବାରୁ ଦାବି କରିଛନ୍ତି ଲୋକେ ।
କେନ୍ଦ୍ରାପଡ଼ା ନିକଟ ସମୁଦ୍ରରେ ଜାହାଜର ଭଗ୍ନାଂଶ
ଦେଖାଯାଉଛି ବୁଡି ଯାଇଥିବା ଜାହାଜର ଭଗ୍ନାଂଶ
ଗହୀରମଥା ଅଭୟାରଣ୍ୟ ଠାରୁ ୧ କିଲୋମିଟର ଦୂରରେ ଦୃଶ୍ୟମାନ
ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ହେବାରୁ ପଦାକୁ ଆସିଥିବା ସୂଚନା
ଜାହାଜ ଇଂରେଜ ଅମଳର ବୋଲି ଅନୁମାନ କରାଯାଉଛି
କେତେବର୍ଷ ତଳେ ଜାହାଜ ବୁଡି ଥିଲା ସ୍ପଷ୍ଟ ହୋଇନି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/30/british-era-shipwreck-2025-10-30-17-10-56.jpg)